ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ଆଦିବାସୀ ପରିବାର ଲୋକଙ୍କୁ ଜମିପଟା ମିଳି ନଥିବାରୁ ପିଲାମାନେ ସ୍କୁଲ କଲେଜ ରେ ନାମ ଲେଖାଇ ପାରୁ ନାହାନ୍ତି । ଜଗତସିଂହପୁର ପୌରପରିଷଦ ଦୁଇ ନମ୍ବର ୱାର୍ଡ ଆଦିବାସୀ ପଡ଼ାର ଭୂମିହୀନ ଆଦିବାସୀ ବସ୍ତିର ଲୋକମାନେ ପରିବାର କୁ ଧରି ଜଗତସିଂହପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଜିଲ୍ଲା ଦଳିତ ବିକାଶ ପରିଷଦ ସଭାପତି ଶଙ୍କର ଦାସଙ୍କ ନେତୃତ୍ୱରେ ପଚାଶ ରୁ ଉର୍ଦ୍ଧ୍ଵ ଆଦିବାସୀ ପରିବାର ର ଲୋକମାନେ ଜମିପଟା ସହିତ ପିଲାମାନଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ଜାତିଗତ ପ୍ରମାଣପତ୍ର, ରେସିଡେଣ୍ଟ ସାର୍ଟିଫିକେଟ ଆଦି ଦାବି ନେଇ ଜଗତସିଂହପୁର ତହସିଲ ଆଗରେ ଧାରଣା ଦେଇଥିଲେ । ଧାରଣା ସ୍ଥଳରେ ଜଗତସିଂହପୁର ତହସିଲଦାର ଅଞ୍ଜଳି ତରାଇ ପହଞ୍ଚି ଧାରଣାକାରୀ ଙ୍କ ସହିତ ଆଲୋଚନା କରିଥିଲେ । ଏକ ମାସ ଭିତରେ ୱାର୍ଡରେ ଥିବା ଭୂମିହୀନ ମାନଙ୍କୁ ଜମିପଟା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣାକାରୀ ମାନେ ଧରଣାରୁ ଓହରି ଯାଇଥିଲେ ।