ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୟନ୍ତୀ ଅବସରରେ ପ୍ରଶିକ୍ଷଣ ଶିବିର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ରଣପୁର ବ୍ଲକ୍ ଚାନ୍ଦପୁର ମଣ୍ଡଳ ରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୧୦୬ ତମ ଜୟନ୍ତୀ ଅବସର ରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଦିନଦୟାଲଜୀ ଙ୍କ ସଙ୍ଘର୍ଷ ମୟ ଜୀବନ ଏବଂ ତ୍ୟାଗପୂତ ଜୀବନ ସମ୍ପର୍କରେ ତଥା ତାଙ୍କ ଦ୍ଵାରା ପ୍ରଣୀତ ଭାରତୀୟ ଜନତା ପାର୍ଟି ର ଏକାତ୍ମ ମାନବ ଦର୍ଶନ ଏବଂ ଅନ୍ତର୍ଦୋୟ ବିଚାର ସମ୍ପର୍କରେ ମୁଖ୍ୟ ବକ୍ତା ଶ୍ରୀମତୀ ସୁରମା ପାଢ଼ୀ ବର୍ଣ୍ଣନା କରିବା ସହ ସେବା ମନୋଭାବ ନେଇ କାମ କରିବାକୁ କାର୍ଯ୍ୟକର୍ତ୍ତା ଙ୍କୁ ଆହ୍ୱାନ ଦେଇଥିଲେ । ମଣ୍ଡଳ ସଭାପତି ଜିତେନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସଭାରେ ନୟାଗଡ଼ ଜିଲ୍ଲା ବିଜେପି ସମ୍ପାଦକ ତାପସ ରଞ୍ଜନ ମାର୍ଥା ଏହି ସଭାରେ ଯୋଗଦେଇ ଦିନଦୟାଲଜୀଙ୍କ ଜୀବନୀ ଚର୍ଚ୍ଚା କରିଥିଲେ । ଏହି ପ୍ରଶିକ୍ଷଣ ଶିବିର ରେ ଚାନ୍ଦପୁର ର ୧୦ ଗୋଟି ପଞ୍ଚାୟତ ର ଶକ୍ତିକେନ୍ଦ୍ର ପ୍ରମୁଖ, ସହ ପ୍ରମୁଖ ଓ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ । ପରେ ମିଳିତ ଭାବେ କାର୍ଯ୍ୟକର୍ତ୍ତା ମାନେ ସୁରମା ପାଢ଼ୀ ଙ୍କ ସହ ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ ପରିସର ରେ ଅକ୍ସିଜେନ ପ୍ଲାଣ୍ଟ ର କାର୍ଯ୍ୟ କ୍ଷମତା ପରିଦର୍ଶନ କରିବାକୁ ଯାଇଥିଲେ । ଦୁଃଖର ବିଷୟ କି ସେହି ପ୍ଲାଣ୍ଟ କୁ ଦୁଇ ଦୁଇ ଥର ଉଦଘାଟନ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ଏହି ପ୍ରକଳ୍ପଟି କିଭଳି ଭାବେ ଯଥାଶୀଘ୍ର ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିବ ସେହି ବିଷୟ କୁ ନେଇ ସ୍ୱାସ୍ଥ୍ୟ ନିବାସ ର ଡାକ୍ତର ଛିନେରା ଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବର୍ତ୍ତମାନର ପରିସ୍ଥିତିରେ କାରୋନା ମହାମାରୀର ତୃତୀୟ ଲହର ର ମୁକାବିଲା ପାଇଁ ଏହା ନିତ୍ୟାନ୍ତ ଆବଶ୍ୟକ ଥିବା ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *