ଭାରତ ବନ୍ଦ ସମର୍ଥନରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ !!!

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ପବିତ୍ରନଗର ମାର୍କେଟ କୁ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ କଂଗ୍ରେସ କର୍ମୀ l କୃଷକ ସଙ୍ଗଠନକୁ ସମର୍ଥନ କରି ବର୍ଦ୍ଧିତ ଦରଦାମ ପ୍ରତ୍ୟାହାର କରିବା ପାଇଁ ବ୍ଲକ କଂଗ୍ରେସ ସଭାପତି ସୁଶାନ୍ତ ଶଶୀକାନ୍ତ ସାମଲ ଙ୍କ ଦ୍ୱାରା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l ସାଧାରଣ ଲୋକଙ୍କ ଉପରେ ଦାଉ ସାଧୁଥିବା ଖାଇବା ଜିନିଷ ଦରବୃଦ୍ଧି କୁ ପ୍ରତିବାଦ କରିଥିଲେ ଆନ୍ଦୋଳନକାରୀ l କେନ୍ଦ୍ର ବିଜେପି ସରକାର ବିରୋଧରେ ନାରାବାଜି ସହିତ କୃଷି ଜାତ ଦ୍ରବ୍ୟ ର ଉଚିତ ମୂଲ୍ୟ ଧାର୍ଯ୍ୟ ନିମନ୍ତେ ଦାବି କରାଗଲା l ସମସ୍ତ କଂଗ୍ରେସ କର୍ମୀ ତଥା ବରିଷ୍ଠ କଂଗ୍ରେସ ନେତା ମାନସ ପ୍ରଧାନ, ମହେଶ୍ୱର ପ୍ରଧାନ, ମେଘମାଳ ସାହୁ , ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ପ୍ରତାପ ଶତପଥୀ ପ୍ରମୁଖ ଉପସ୍ଥିତ ରହିଥିଲେ l କଣିହାଁବ୍ଲକ କଂଗ୍ରେସ ଏସସି ସେଲ ଅଧ୍ୟକ୍ଷ ଖଗେଶ୍ୱର ନାଏକଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ କରାଯାଇଥିଲା ।

Leave a Reply

Your email address will not be published. Required fields are marked *