କର୍କଟ ରୋଗାକ୍ରାନ୍ତ ମହିଳାଙ୍କୁ ସମାଜସେବୀ ମାନସ ବସ୍ତିଆଙ୍କ ସହାୟତା !!!

Spread the love

ଆଠଗଡ଼ ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : କର୍କଟ ରୋଗରେ ଆକ୍ରାନ୍ତ ଜଣେ ମହିଳାଙ୍କୁ ଆଠଗଡ଼ ନିର୍ବାଚନ ମଣ୍ଡଳୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆଠଗଡ଼ ବିକାଶ ମଞ୍ଚର ସଭାପତି ତଥା ଯୁବ ସମାଜସେବୀ ମାନସ ରଞ୍ଜନ ବସ୍ତିଆ ସହାୟତା ପ୍ରଦାନ କରିଛନ୍ତି . ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ସତ୍ୟନାରାୟଣପୁର ଗ୍ରାମର ସୁଲୋଚନା ପଟ୍ଟନାୟକ ନାମ୍ନୀ ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହେଉଛନ୍ତି .

ଏ ସମ୍ପର୍କରେ ସମାଜସେବୀ ଶ୍ରୀ ବସ୍ତିଆ ଖବର ପାଇ ଆଜି ସୁଲୋଚନାଙ୍କ ଘରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ଦ୍ରୁତ ଆରୋଗ୍ୟ କାମନା କରିଥିଲେ ଏବଂ ସୁଲୋଚନା ସେବନ କରୁଥିବା କେତେକ ନାମୀଦାମୀ କମ୍ପାନୀର ଔଷଧକୁ ଶ୍ରୀ ବସ୍ତିଆ ଏକ ମାସ ପାଇଁ ଯୋଗାଇ ଦେଇଥିଲେ . ପ୍ରକାଶ ଥାଉକି ସମାଜସେବୀ ଶ୍ରୀ ବସ୍ତିଆ ଆଠଗଡ଼ ନିର୍ବାଚନ ମଣ୍ଡଳୀର ଦୁଃସ୍ଥ ଅଭାବୀ, ନିରାଶ୍ରୟ ଅସହାୟ, ରୁଗ୍ଣ, ବିପନ୍ନ, ଦିବ୍ୟାଙ୍ଗ ଆଦି ବିଭିନ୍ନ ବର୍ଗର ଲୋକଙ୍କୁ ସହାୟତା ଜାରି ରଖିଛନ୍ତି ଏପରିକି କୋଭିଡ ଭଳି ପରିସ୍ଥିତରେ ଜୀବିକା ହରାଇଥିବା ଲୋକଙ୍କୁ ସାଧ୍ୟ ମତେ ସହଯୋଗ ସହ କୋଭିଡ ଆକ୍ରାନ୍ତଙ୍କୁ ମାଗଣାରେ ଅକ୍ସିଜେନ ବ୍ୟବସ୍ଥା ଯୋଗାଇ ଦେଇ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି .

Leave a Reply

Your email address will not be published. Required fields are marked *