କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସିଡିଏ ସେକ୍ଟର -୧୩ ,ବିଦ୍ୟାଧରପୁର ମୌଜାର ୧୮୦ ଏକର ଜମିକୁ ବାରଙ୍ଗ ତହସିଲଦାର ଓ କଟକ ଜିଲ୍ଲା ପ୍ରଶାସନ ମିଳିତ ଭାବରେ ପଟ୍ଟା ର ନମ୍ବରକୁ ଜାଲିଆତି କରି ହଡପ କରିଥିବା ନେଇ ଆସିଛି ସାଙ୍ଘାତିକ ଅଭିଯୋଗ . ଦଳିତ ମାନଙ୍କ ଜମିକୁ ଯୋଜନାବଦ୍ଧ ଭାବରେ ହଡପ କରି ନିଜ ଅକ୍ତିଆରରେ ରଖିଛନ୍ତି ବୋଲି ଅଭିଯୋଗ ଆଣି ବାରଙ୍ଗ ତହସିଲଦାରଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ କରି ଅନଶନରେ ବସିଲେ ଦଳିତ ମହାସଂଘର ସଦସ୍ୟ ମାନେ । ସୂଚନାଯୋଗ୍ୟ ଆଗରୁ ଘଟଣା ସମ୍ପର୍କରେ ବିଭିନ୍ନ ପଦସ୍ଥ ଅଧିକାରୀ ଏବଂ ତଦନ୍ତକାରୀ ସଂସ୍ଥାକୁ ଅଭିଯୋଗ କରିଥିଲେ ମଧ୍ୟ କେହି ସେମାନଙ୍କ କଥା ଶୁଣୁ ନଥିବା ପ୍ରକାଶ କରିଛନ୍ତି .
ରକ୍ଷକ ସାଜିଲେ ଭକ୍ଷକ : ଯୋଜନାବଦ୍ଧ ଭାବରେ ଦଳିତଙ୍କ ଜମି ହଡପ !!!

