ପାରିବାରିକ କଳି ହେଲା କାଳ : ମରଣାନ୍ତକ ଆକ୍ରମଣରେ ମହିଳା ଗୁରୁତର ।।

Spread the love

ବାଣପୁର ( ଆୱାଜ )ମିଡ଼ିଆ – ରାକେଶ ସାହୁ : ପାରିବାରିକ କଳି ହେଲା କାଳ। ସାମାନ୍ୟ କଥା କଟାକଟିରୁ ଝଗଡା ଏବଂ ମରଣାନ୍ତକ ଆକ୍ରମଣରେ ମହିଳା ଗୁରୁତର ଅବସ୍ଥାରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏପରି ଘଟଣା ଘଟିଯାଇଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସୁନାକେରା ଗ୍ରାମରେ । ଗ୍ରାମର ଉମାକାନ୍ତ ଭୋଳଙ୍କ ପତ୍ନୀ ସୁକୁମାରୀ ଭୋଳଙ୍କୁ ତାଙ୍କରି ସାନ ଜାଆ, ଦିଅର ଏବଂ ପୁତୁରା ସଙ୍ଘବଦ୍ଧ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଫଳରେ ସୁକୁମାରୀଙ୍କ ଜୀବନ ବର୍ତ୍ତମାନ ସଂକଟାପନ୍ନ ଅଛି । ଏ ନେଇ ସୁକୁମାରୀଙ୍କ ଝିଅ ମିତାଞ୍ଜଳି ଭୋଳ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଆଜି ସନ୍ଧ୍ୟା ୭ ଘଟିକାରେ କୌଣସି କାରଣକୁ ନେଇ ସୁକୁମାରୀଙ୍କ ସହ ତାଙ୍କ ପଡିଶା ଘରେ ରହୁଥିବା ତାଙ୍କ ସାନ ଜାଆ ମମତା ଭୋଳଙ୍କ ସହ ପାଟିତୁଣ୍ଡ ହୋଇଥିଲା । ତେବେ ଦେଖୁ ଦେଖୁ ଝଗଡା ଉଗ୍ରରୁପ ନେଲା ଏବଂ ହଠାତ ସୁକୁମାରୀଙ୍କ ମୁଣ୍ଡକୁ ସାନ ଜାଆ ମମତା, ଦିଅର ଯାମିନୀ ଏବଂ ପୁତୁରା ମାନସ ଖଣତି ଏବଂ ଠେଙ୍ଗା ଦ୍ୱାରା ମରଣାନ୍ତକ ଆକ୍ରମଣ କରିଥିଲେ । ତାଙ୍କ ମୁଣ୍ଡରେ ଏକାଧିକ ଗଭୀର କ୍ଷତ ହେଵା ସହ ପ୍ରଚୁର ରକ୍ତସ୍ରାବ ହୋଇ ସଜ୍ଞାହୀନ ହୋଇ ସେ ତଳେ ପଡି ଯାଇଥିଲେ । ସଙ୍ଗେ ସଙ୍ଗେ କୁମୁଦୁନିଙ୍କୁ ପରିବାର ବର୍ଗ ବାଣପୁର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ତାଙ୍କ ଅବସ୍ଥା ବର୍ତ୍ତମାନ ସଂକଟାପନ୍ନ ଅଛି । ସୁକୁମାରୀଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଡାକ୍ତର ସ୍ଥାନାନ୍ତରିତ କରିଛନ୍ତି । ଅପରପକ୍ଷେ ଅଭିଯୁକ୍ତ ମାନଙ୍କୁ ବାଣପୁର ପୋଲିସ ବର୍ତ୍ତମାନ ଖୋଜିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *