ଜନମଙ୍ଗଳ ପରିଷଦ ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ !!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଆଜି ହେଉଛି ପବିତ୍ର ଗାନ୍ଧୀ ଜୟନ୍ତୀ | ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜନ୍ମ ଦିବସ | ତା ସହ ଲାଲ ବହାଦୁର ଶାସ୍ତ୍ରୀଙ୍କର ମଧ୍ୟ ଜନ୍ମ ଦିବସ | ମିଳିତ ଜାତିସଂଘ ତରଫରୁ ଆଜିର ଦିନକୁ ‘ବିଶ୍ୱ ଅହିଂସା ଦିବସ’ ରୂପେ ପାଳନ କରାଯାଉଛି | ପୂଜ୍ୟପୂଜା ପରମ୍ପରାକୁ ବଜାୟ ରଖି ଆସୁଥିବା ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ତରଫରୁ ଆଜି ମହାତ୍ମାଗାନ୍ଧୀ ମାର୍ଗରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି | ସକାଳ 5 ଘଟିକାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଥମେ ମହାତ୍ମାଗାନ୍ଧୀ ମାର୍ଗ ସ୍ଥିତ ଧାରଣାସ୍ଥଳ କୁ ସଫା କରାଯାଇଥିଲା | ପରେ ପରେ ପରିଷଦର ସଦସ୍ୟ ମାନେ ମହାତ୍ମାଗାନ୍ଧୀ ଓ ଲାଲ ବହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରି ଏହି ମହାପୁରୁଷ ଦ୍ଵୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ | ଦୀର୍ଘ ଦିନ ଧରି ସମ୍ପୂର୍ଣ୍ଣ ନିଶା ନିବାରଣ ଦାବି କରିଆସୁଥିବା ଜନମଙ୍ଗଳ ପରିଷଦର ସଦସ୍ୟ ମାନେ ‘ନିଶାମୁକ୍ତ ଭାରତ ‘ ସଂକଳ୍ପ ପ୍ରସ୍ତାବ ଆଗତ କରିଥିଲେ |

ଏହି ଅବସରରେ ପରିଷଦର ରାଷ୍ଟ୍ରୀୟ ଅଧକ୍ଷ୍ୟ ଅଲେଖ ଚନ୍ଦ୍ର ଜେନା ଗାନ୍ଧୀଙ୍କ ସ୍ମୃତିଚାରଣ କରି କହିଥିଲେ କି, ଗାନ୍ଧିଜୀ ଯେବେ ଓଡିଶା ଆସିଥିଲେ ସେ ତାଙ୍କର ଭାଷଣରେ କହିଥିଲେ ନିଶା ହଟିଲେ ହିଁ ଓଡ଼ିଶାର ବିକାଶ ସମ୍ଭବ | ହେଲେ ଆଜିର ଦିନରେ ଗାନ୍ଧୀଙ୍କ ଏହି କଥା ଲୋକଙ୍କ ମାନସିକତାରୁ ଦୁରେଇ ଯାଇଛି | ଏହି ପତନାଭିମୁଖୀ ଚିନ୍ତାଧାରା ଓଡିଶା ସମେତ ସମଗ୍ର ଦେଶକୁ ଏକ ଅନ୍ଧକାରମୟ ଭବିଷ୍ୟତକୁ ଠେଲି ଦେଉଛି | ତେଣୁ ଏହି ନିଶା ରାକ୍ଷସ ବିରୁଦ୍ଧରେ ସମସ୍ତେ ଏକାଠି ହୋଇ ଯେବେ ସଫଳତା ପାଇବେ ତେବେ ଗାନ୍ଧୀଙ୍କ ପ୍ରତି ତାହା ହେବ ପ୍ରକୃତ ଶ୍ରଦ୍ଧାଞ୍ଜଳି | ଅନ୍ୟ ମାନଙ୍କ ମଧ୍ୟରେ ପରିଷଦର ସଦସ୍ୟ ମନୋରଞ୍ଜନ ପଣ୍ଡା, ରାମଚନ୍ଦ୍ର ରାଉତ, ନିରଞ୍ଜନ ସାହୁ, ସୁଭଦ୍ରା ପାଣି, ସୁମିତ୍ରା ସାହୁ ପ୍ରମୁଖ ଉପସ୍ଥିତ ରହି ସଂକଳ୍ପ ପ୍ରସ୍ତାବରେ ଅଂଶଗ୍ରହଣ କରିଥିଲେ |

Leave a Reply

Your email address will not be published. Required fields are marked *