ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଗଜପତି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ସର୍ବ ପ୍ରଥମେ ଗାନ୍ଧିଛକ ଠାରେ ଗୌରହରି ପାଠାଗାରରେ ଥିବା ଜାତିର ଜନକ ମହାତ୍ମା ଗାନ୍ଧୀଜିଙ୍କ ପ୍ରତିମୂର୍ତ୍ତିରେ ମାନ୍ୟବର ସାଂସଦ ଚନ୍ଦ୍ର ଶେଖର ସାହୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ , ପରେ ଗାନ୍ଧି ଛକ ଏବଂ ବଜାର ଛକଠାରେ ସ୍ୱର୍ଗତ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା , ପରେ ହାଇସ୍କୁଲ ଛକ ଠାରେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମହିଳା ଜିଲ୍ଲା ସଭାପତିଙ୍କ ସମେତ ମହିଳା କର୍ମୀ ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରିଶେଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ନେତା ଓ କର୍ମୀ ମିଳିତ ଭାବେ ସଫେଇ କାର୍ଯ୍ୟ କରିଥିଲେ । ଉକ୍ତ ସମସ୍ତ କାର୍ଯ୍ୟକ୍ରମ ରେ ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ , ରାଜ୍ୟ ସମ୍ପାଦକ ଜ୍ଞାନେନ୍ଦ୍ର ଗିରି ଗୋସ୍ୱାମୀ , ରଞ୍ଜିତ ରାୟ , ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ , ମହିଳା ଜିଲ୍ଲା ସଭାପତି ଶ୍ରୀମତୀ ପୂର୍ଣବାସୀ ନାୟକ , ଯୁବ ସଭାପତି ଏସ. ଲିଙ୍ଗରାଜ , ଛାତ୍ର ସଭାପତି ବିଶ୍ୱଜିତ ତ୍ରିପାଠୀ , ନଗର ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ , ରାଜ୍ୟ ସମ୍ପାଦକ ମାରୁତ ପାଳ ଏବଂ ଜିଲ୍ଲାର ସମସ୍ତ ତୁଙ୍ଗନେତା ଉପସ୍ଥିତ ଥିଲେ ।
ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ !!!

