ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଆସନ୍ତା କାଲି ଭାପୁର ବ୍ଲକ ଅଧ୍ୟକ୍ଷ ପଦ ନିମନ୍ତେ ଉପ ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଅନୁସାରେ ନୟାଗଡ ଜିଲ୍ଲା ପଞ୍ଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟ ୨୭ ତାରିଖ ଦିନ ଉପ- ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ . ନୟାଗଡ ତହସିଲଦାର ଭିକାରୀ ସାହୁ ନିର୍ବାଚନ ପରିଚାଳନା କରିବେ ଏବଂ ଭାପୁର ତହସିଲିଦାର ତୃପ୍ତି ମହାନ୍ତି ଆଇନି ଶୃଙ୍ଖଳା ଦାୟିତ୍ୱରେ ରହିବେ । ଫତେଗଡ଼ ଥାନା ଅଧିକାରୀ ଗିରିଜନନ୍ଦନ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ ଆସନ୍ତା କାଲି ଭାପୁର ବଜାରରେ ସକାଳ ୮ ଟା ପର ଠାରୁ ୧୪୪ ଧାରା ଲାଗୁ ରହିବା । ଆଇନ୍ ଶୃଙ୍ଖଳା କୁ ଦୃଷ୍ଟିରେ ରଖି ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ , ଖଣ୍ଡପଡ଼ା ଏସଡିପିଓ , ଫତେଗଡ ଥାନା ଅଧିକାରୀ , ୩ ଜଣ ଇନସ୍ପେକ୍ଟର , ୧୫ ଜଣ ଅଫିସର୍ ଏବଂ ୩ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ ।
ଭାପୁର ବ୍ଲକ ଚେୟାରମ୍ୟାନ୍ ଉପ ନିର୍ବାଚନ : ଆସନ୍ତା କାଲି ଭାପୁର ବଜାରରେ ୧୪୪ ଧାରା !!!

