ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ରାଜ୍ୟ ତଥା କେନ୍ଦ୍ର ସରକାର ବନ୍ୟ ଜନ୍ତୁ ଙ୍କୁ ସୁରକ୍ଷା ଦେବାପାଇଁ ଅନେକ ନୀତି ନିୟମ ଆଇନ କାନୁନ ବନାଇଲେ ମଧ୍ୟ କେଉଁଠି ନା କେଉଁଠି ବନ୍ୟ ଜନ୍ତୁ ଶିକାରୀଙ୍କ ଶିକାର ବନିଯାଉଛନ୍ତି । ବାରମ୍ବାର ବନ ବିଭାଗ ଦ୍ୱାରା ଚଢ଼ାଉ କରାଯାଉଥିଲେ ମଧ୍ୟ ଶିକାରୀ ମାନେ ଦିନକୁ ଦିନ ଶିକାର କରିବାରୁ ନିବୃତ ହେବା ପରିବର୍ତ୍ତେ ଅଧିକତର ଶିକାର କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ସେଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ବନାଞ୍ଚଳରେ । ଗତକାଲି ରାତିରେ ଷଡ଼ଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ଗୋରଡ଼ପାଳ ,ଯୋରନ୍ଦା ର ଆମ୍ବପଡା ଜଙ୍ଗଲ ରେ ବନବିଭାଗ ଚଢ଼ାଉ କରି ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ବାର୍ହା ମାଂସ ଓ ଏକ ବଣ୍ଡଲ ଜାଲ ଜବତ କରିଛି । ଗିରଫ ବ୍ୟକ୍ତି ଦୁଇଜଣ ହେଲେ ଲଷ୍ମୀଧର ମଲିକ ଏବଂ ଅଭିରାମ ବେହେରା । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ବାରହା ମାଂସ ଜବତ : ୨ ଶିକାରୀ ଗିରଫ !!!

