ବାଣପୁରରେ ୧୪୪ କଟକଣା ସତ୍ତ୍ୱେ ଭକ୍ତଙ୍କ ଗହଣରେ ମାଆ ଭଗବତୀ ବିରିଜାଇଙ୍କ ଭେଟ ।।

0
233

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଶ୍ଵିନ କୃଷ୍ଣ ପକ୍ଷ ମୂଳାଷ୍ଟମୀ ଠାରୁ ବାଣପୁରରେ ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ଓ ଦେବୀ କନକ ଦୂର୍ଗାଙ୍କ ସହସ୍ର କୁମ୍ଭାଭିଷେକ ହୋଇ ପାର୍ବଣର ପ୍ରଥମାର୍ଦ୍ଧ ପୂଜା ଆରମ୍ଭ ହୋଇଥାଏ । ଏହା ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିଥାଏ , ମହାଳୟା ଅମାବାସ୍ୟାର ମଧ୍ୟରାତ୍ରରେ ମା’ ଭଗବତୀଙ୍କ ବିଜେ ପ୍ରତିମା କାଠି ଠାକୁରାଣୀ ଓ ଦେବୀ ବିରାଜାଇଙ୍କ ଦାରୁ ପ୍ରତିମାଙ୍କ ଭେଟ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଗତ ବର୍ଷ କରୋନା କଟକଣା କାରଣରୁ ଶ୍ରଦ୍ଧାଳୁ ମାନେ ମା ଙ୍କର ଏହି ଭେଟେ ଉତ୍ସବ କୁ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ . ପ୍ରଶାସନ ୧୪୪ ଧାରା ଜାରି କରିବା ସତ୍ତ୍ୱେ ବାଣପୁର ର ହଜାର ଜହାର ଭକ୍ତ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଛି ମାଆ ଙ୍କ ଭେଟ ଯାତ୍ରା ଉତ୍ସବ l ଏହି ଭେଟ ଉତ୍ସବ ପରେ ଦେବୀ ବିରଜାଈ ଶ୍ରୀ ଦକ୍ଷେଶ୍ୱର ମନ୍ଦିର ସ୍ଥିତ ସାତବଖରା ଗୃହକୁ ବିଜେ କରିବା ବେଳେ କାଠି ଠାକୁରାଣୀ ମା’ ଭଗବତୀଙ୍କ ମନ୍ଦିରକୁ ଯାତ୍ରା କରିଥାନ୍ତି । ପ୍ରଥମାର୍ଦ୍ଧ ପୂଜା ବା ଭିତର ପୁଜା ଶେଷ ହେବା ପରେ ଆଶ୍ଵିନ ଶୁକ୍ଲ ପ୍ରତିପଦା ଠାରୁ ସାତବଖରା ଗୃହରେ ଅନୁଷ୍ଠିତ ହେଉଥିବା ଉତରାର୍ଦ୍ଧ ପୂଜା ବା ବାହାର ପୂଜା ଆଶ୍ୱିନ ଶୁକ୍ଲ ଅଷ୍ଟମୀରେ ବା ମହାଷ୍ଟମୀ ଯାଏଁ ଚାଲିଥାଏ l

LEAVE A REPLY

Please enter your comment!
Please enter your name here