ଦଶ ଦଫା ଦାବିରେ ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା ଓ ପ୍ରଗତିଶିଳ ମହିଳା ଆସୋସିଏସନ୍ ର ଗଣପ୍ରତିବାଦ

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ଦଶ ଦଫା ଦାବି ନେଇ ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା ଓ ଅଖିଳ ଭାରତ ପ୍ରଗତିଶିଳ ମହିଳା ଆସୋସିଏସନ୍ ର ଗଣ ପ୍ରତିବାଦ କରାଯାଇଛି . ଆଜି C P I (ml) Liberation ର ଗଣ ସଂଗଠନ ଅଖିଳ ଭାରତ ଗ୍ରାମିଣ କ୍ଷେତ ମଜଦୁର ସଭା. ( A I A R L A) ଓ ଅଖିଳ ଭାରତ ପ୍ରଗତିଶିଳ ମହିଳା ଆସୋସିଏସନ୍ (A I P W A). ମିଳିତ ଆନୁକୁଲ୍ୟରେ ବିଭିନ୍ନ ଦାବି ଯଥା, ଗ୍ରାମୀଣ କ୍ଷେତ ମଜଦୁର ଓ ପ୍ରବାସୀ ଶ୍ରମିକ ମାନଙ୍କୁ mgnrega ତରଫରୁ 200 ଦିନ କାମ 500 ଟଙ୍କା ମଜୁରୀ ପ୍ରଦାନ କରିବା, ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଡି ହୋଇଥିବା ମହିଳା ମାନଙ୍କ ର ରୂଣଛାଡ କରିବା, ମହିଳା ମାନଙ୍କୁ 1 ଲକ୍ଷ ଟଙ୍କା ଲେଖାଏଁ ରୂଣ ଯୋଗାଇ ଦେବା ସହ ସୁଧ ମୁକ୍ତ କରିବା, ଗ୍ରାମୀଣ କ୍ଷେତ ମୂଲିଆ ଓ ଶ୍ରମିକ ମାନଙ୍କୁ 5 କେଜି ଚାଉଳ ବଦଳରେ 15 କେଜି ଚାଉଳ ଏବଂ ସାବୁନ ମlସ୍କ ଗହମ ମସଲା ତେଲ ସହ ଲକ ଡାଉନ ଭତ୍ତା 10 ହଜାର ଟଙ୍କା ଯୋଗାଇ ଦେବା, ସାମୁହିକ ରୂଣ ଲାଗି ରାଜ୍ୟସ୍ତରରେ ଏକ ନିୟନ୍ତ୍ରଣ ପ୍ରାଧିକରଣ ଗଠନ କରିବା ଏବଂ ମହିଳା ମାନଙ୍କୁ କର୍ମ ନିଯୁକ୍ତି ସୁନିଶ୍ଚିତ କରିବା ଓ ମହିଳା ମାନଙ୍କ ଉପ୍ତାଦନ ସମାଗ୍ରୀ ବିକ୍ରୀ କରିବା ପାଇଁ ସରକାର ପଦକ୍ଷେପ ନେବା, ସ୍ଵରୋଜଗାର ଲାଗି 10 ଲକ୍ଷ ଟଙ୍କା ରୂଣ ଉପରେ ଶତକଡ 0 4 % ସୁଧ ଠିକ କରିବା, ଲୋକକୁଂ ବିନା ପଟ୍ଟାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇବା ସହ ଘର ପିଛା 2 ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବା 10 ଦଫା ଦାବୀ ରେ ଦେଶ ବ୍ୟାପି ପ୍ରତିବାଦ କରାଯାଇଥିଲା. ରାୟଗଡ଼ା ଷ୍ଟେସନ ଠାରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ପ୍ରତିବାଦ କରାଯାଇ ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା.

Leave a Reply

Your email address will not be published. Required fields are marked *