ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ବଜାରରେ ନାଚୁଣୀ ଫାଣ୍ଡି ପୋଲିସ ଏବଂ ବାଲୁଗାଁ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ତାଙ୍କ ନିକଟରୁ ୬ ପେଟି ଆସ୍କା-୪୦ ମଦ ଜବତ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଜୟ ପଲାଇ । ସେହିପରି ଭାବେ ଚଣ୍ଡେଶ୍ୱର ଅଞ୍ଚଳରୁ ଅବକାରୀ ବିଭାଗ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ୨ ପେଟି ଆସ୍କା-୪୦ ମଦ ସହ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ପ୍ରସନ୍ନ ମହାନ୍ତି । ଉଭୟଙ୍କ ବିରୋଧରେ ଅବକାରି ବିଭାଗ ପି ଆର ନମ୍ବର ୪୪ ଏବଂ ୬୭ ରେ ଦୁଇ ଗୋଟି ମାମଲା ରୁଜୁ କରାଯାଇଛି । ଚଢ଼ାଉରେ ଟାଙ୍ଗି ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ସବ ଇନ୍ସପେକ୍ଟର ମନୋଜ ବାରିକ, ନାଚୁଣୀ ଫାଣ୍ଡି ଅଧିକାରୀ ମୁକେଶ ବେହେରା, ଏ ଏସଆଇ ହାଡିବନ୍ଧୁ ନାୟକ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।
ଅବକାରୀ ବିଭାଗ ଏବଂ ପୁଲିସ ର ମିଳିତ ଚଢାଉ : ୨ ଗିରଫ !!!

