ନୟାଗଡ ଜିଲ୍ଲା କଂଗ୍ରେସ ଆଣିଲା ଅଭିଯୋଗ : ପଞ୍ଚାୟତ ନିର୍ବାଚନ ସଂକ୍ରାନ୍ତୀୟ ଅଭିଯୋଗ ଗ୍ରହଣ ପଦ୍ଧତି ଚଞ୍ଚକତାପୂର୍ଣ୍ଣ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ରାଜ୍ୟରେ ପ୍ରସ୍ତାବିତ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ଉପରେ ଆଗାମୀ ୧୬ ତାରିଖ ସୁଦ୍ଧା ଅଭିଯୋଗ ଆହ୍ୱାନ ପାଇଁ ବିଜ୍ଞପ୍ତି ପ୍ରକାଶନ ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲାରେ ଏହି ଅଭିଯୋଗ ଗ୍ରହଣ କରିବା ପାଇଁ କୌଣସି ବ୍ଲକ କିମ୍ବା ଜିଲ୍ଲା କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଅଭିଯୋଗ ଗ୍ରହଣ ପ୍ରକୋଷ୍ଠ ବ୍ୟବସ୍ଥା କରାଯାଇ ନାହିଁ . ଏପରିକି ସମ୍ପୂର୍ଣ୍ଣ ବେପରୁଆ ଢଙ୍ଗରେ ଏହି ପ୍ରାରମ୍ଭିକ ନିର୍ବାଚନ ପ୍ରକ୍ରିୟା ପରିଚାଳନା କରାଯାଉଛି l ଆଜିଠାରୁ ଆଗାମୀ ଚାରି ଦିନ ଯାଏଁ ଦଶହରା ଛୁଟି ହୋଇଥିବାରୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ବହୁ ଲୋକ ଚିଠା ସଂରକ୍ଷଣ ଉପରେ ଅଭିଯୋଗ ଦାଖଲ କରିବା ପାଇଁ ଆସୁଥିଲେ ମଧ୍ୟ ଅଭିଯୋଗ ଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ଦାୟିତ୍ୱରେ କେହି ସରକାରୀ ବାବୁ ନାହାଁନ୍ତି l ଯେଉଁମାନେ ଅଭିଯୋଗ ଦାଖଲ କରୁଛନ୍ତି ତାହାକୁ ରେଜିଷ୍ଟର ଭୁକ୍ତ କରାଯିବାର ବ୍ୟବସ୍ଥା ନଥିବାରୁ ଯଦି କେହି କୋର୍ଟକୁ ଯିବେ ତେବେ ସେମାନେ ଅଭିଯୋଗ କରିଛନ୍ତି ବୋଲି କୌଣସି ପ୍ରମାଣ ରଖାଯାଉ ନଥିବା ପଛରେ ରାଜନୈତିକ ଷଡଯନ୍ତ୍ର ହେଉଥିବା ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ରାଜ୍ୟ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ସମେତ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଏସମ୍ପର୍କରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଅବଗତ କରାଯାଇଛି l ଅଭିଯୋଗ ଗ୍ରହଣ ପାଇଁ ବ୍ଲକ କାର୍ଯ୍ୟାଳୟ ଏବଂ ଜିଲ୍ଲା କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଅଭିଯୋଗ ଗ୍ରହଣ ପ୍ରକୋଷ୍ଠ କରାଯାଇ ଅଭିଯୋଗ ଗୁଡିକୁ ଲିପିବଦ୍ଧ କରାଯିବା ପାଇଁ ଜିଲ୍ଲା କଂଗ୍ରେସ ଦାବୀ କରିଛି ।

Leave a Reply

Your email address will not be published. Required fields are marked *