ପାରିବାରିକ ଗଣ୍ଡଗୋଳକୁ ନେଇ ବେଗୁନିଆରେ ଗୁଳିକାଣ୍ଡ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ସଦର ମହକୁମାର ନୂଆସାହି ନିକଟରେ ଆଜି ଅପରାହ୍ନରେ ପାରିବାରିକ ଗଣ୍ଡଗୋଳକୁ ନେଇ ଗୁଳିକାଣ୍ଡ ଘଟିଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁର ବିଭୂତି ଭୂଷଣ ଜେନା ନାମକ ବ୍ୟକ୍ତି ବେଗୁନିଆ ନୂଆସାହିର ଆଦିତ୍ୟ ରଥଙ୍କ ଘରେ ଭଡାରେ ରହି ମିସ୍ତ୍ରୀ କାମ କରୁଥିଲେ । ଆଦିତ୍ୟ ରଥଙ୍କ ପତ୍ନୀ ନିଜ ବାପଘର ସିମୋରରୁ ଟଙ୍କା କରଜ ସୂତ୍ରରେ ଆଣିଥିବା ସମୟରେ ସିମୋର ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀ ପ୍ରସନ୍ନ ନାୟକ ପହଞ୍ଚି ଅତର୍କିତ ଭାବରେ ଗୁଳି ଚାଳନା କରିଥିଲେ । ଶ୍ରୀ ଜେନାଙ୍କ ତଳି ପେଟରେ ଗୁଳି ବାଜିଥିବାରୁ ତାଙ୍କୁ ପ୍ରଥମେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଏମସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଏସପି ରାଜକିଶୋର ଦୋରା ପହଞ୍ଚି ପୁଲିସ ଟିମ କୁ ଦୁଇଟି ଭାଗରେ ବିଭକ୍ତ କରି ତଦନ୍ତ କାର୍ଯ୍ୟ ଆରମ୍ଭ ହୋଇଥିଲା । ଅଭିଯୁକ୍ତ ଶ୍ରୀ ନାୟକଙ୍କ ଠାରୁ ଦୁଇ ରାଉଣ୍ଡ ଗୁଳି ଜବତ କରିବା ସହ ଅଭିଯୁକ୍ତକୁ ଧରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ପୁଲିସ ।

Leave a Reply

Your email address will not be published. Required fields are marked *