ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପାର୍ବଣର ଋତୁରେ ସମଗ୍ର ରାଜ୍ୟ ଉତ୍ସବ ମୁଖର ହୋଇ ପଡିଥିବା ସମୟରେ ବିଭିନ୍ନ ସ୍ଥାନରେ ପାଳିତ ହେଉଛି ଶାରଦୀୟ ଦୁର୍ଗାପୂଜା । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅନ୍ତର୍ଗତ ସାନ ନଈରି ଗ୍ରାମରେ ଦଶହରା ରେ ଆରାଧ୍ୟ ଶ୍ରୀ ହରିହର , ନୃସିଂହ ଓ ଭଗବତୀଙ୍କ ସମେତ ଗ୍ରାମର ରାଧା ମୋହନ ଦେବ, ରାଧା ବଲ୍ଲଭ ଦେବ, ରଘୁନାଥ ଦେବ ଆସି ଦଶହରା ବେଦିରେ ବିରାଜମାନ ହୋଇଥିଲେ । ପାରମ୍ପରିକ ରୀତି ନୀତି ଅନୁସାରେ ପ୍ରତେକ ବର୍ଷ ଗ୍ରାମରେ ରାବଣ ପୋଡ଼ି ମଧ୍ୟ ଅନୁଷ୍ଠିତ ହୋଇଥାଏ । ଗ୍ରାମର ଛୋଟ ଛୋଟ ଛୁଆଙ୍କୁ ନେଇ ଏଥିରେ ରାମ ଲକ୍ଷ୍ମଣ ସୀତା ହନୁମାନ ରାବଣ ବ୍ୟତୀତ ଅନ୍ୟ ସମସ୍ତ ଚରିତ୍ର ମାନେ ସହଯୋଗ କରିଥାନ୍ତି । ଏହି ଦଶହରା କୁ ଅତି ଆନନ୍ଦର ସହିତ ଗ୍ରାମର ସମସ୍ତ ଗ୍ରାମବାସୀ ପାଳନ କରିଥାନ୍ତି ।
ସାନ ନଇରି ଗ୍ରାମରେ ଦଶହରା ପାଳନ !!!

