ଅନୁଗୁଳ ( ଆୱାଜ ମିଡ଼ିଆ ) – ଚିନ୍ମୟୀ ଦାସ : ନାବାଳକ ଉଦ୍ଧାର , ଅନୁଗୁଳ ଜିଲ୍ଲା ବଡ଼କେରା ରୁ ଜଣେ ନାବାଳକ କୁ ଉଦ୍ଧାର କରିଛି ବନ୍ତଳା ପୋଲିସ . ନାବାଳକ କୁ ଉଦ୍ଧାର କରିବା ପରେ ତାକୁ ତାଳଚେର ସହର ଉପକଣ୍ଠ ବାଲୁଗାଁ ସ୍ଥିତ ମାନବ ସେବାଶ୍ରମରେ ରଖାଯିବା ସହିତ ସଂଗଠନର କର୍ମକର୍ତ୍ତା ମାନେ ତାର ଦେଖାଶୁଣା କରୁଛନ୍ତି . ତେବେ ଉଦ୍ଧାର ନାବାଳକ ସାମାନ୍ୟ ମାନସିକ ଭାରସାମ୍ୟ ହରେଇ ଇଆଡୁ ସିଆଡୁ ମନେ ମନେ ଗପୁଛି , ଅନ୍ୟ ପକ୍ଷରେ ସେ ତାର ସଠିକ ପରିଚୟ କହି ପାରୁନାହିଁ . ପିଲାଟି ବେଳେ ବେଳେ ହିନ୍ଦୀ ରେ କହୁଛି ଏବଂ ଓଡ଼ିଆ ରେ ମଧ୍ୟ କଥାବାର୍ତ୍ତା କରୁଛି . ବେକରେ ଯୀଶୁ ଙ୍କର ଲକେଟ ପକାଇଥିବା ସମୟରେ ଏକ ଫିକା ରଙ୍ଗର ହାଫ ଟି ସାର୍ଟ ପିନ୍ଧିଛି . ପିଲାଟିର ପରିଚୟ ଏବଂ ଠିକଣା ଜାଣିବା ପାଇଁ ଅନୁଷ୍ଠାନ ତରଫରୁ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଇଛି .