ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଜନ୍ମଦିନ ଅବସରରେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ସାମାଜିକ ସଂଗଠନ ଓ ଧାର୍ମିକ ଅନୁଷ୍ଠାନ ତରଫରୁ ଶୁଭେଛାର ସୁଅ ଛୁଟିଛି . ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ପଞ୍ଚାୟତ ଅନ୍ତର୍ଗତ ରାମ ମନ୍ଦିର ପରିସରରେ ବିଜେଡି ର କର୍ମକର୍ତ୍ତା ମାନେ ଏକତ୍ରିତ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦୀର୍ଘ ଜୀବନ ନିରାମୟ ଆୟୁଷ କାମନା କରି ରାମ ମନ୍ଦିରରେ ଦୀପ ପ୍ରଜ୍ଜ୍ୱଳନ କରିଥିଲେ ।।
ମୁଖ୍ୟମନ୍ତ୍ରୀ ଙ୍କ ଦୀର୍ଘଜୀବନ କାମନା କରି ରାମ ମନ୍ଦିରରେ ଦୀପଦାନ !!!

