ପରିବାର କୋଳକୁ ଫେରିଲା ହଜିଲା ପୁଅ !!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଚିନ୍ମୟୀ ଦାସ : ହଜିଲା ପୁଅକୁ ଫେରି ପାଇଲେ ପରିବାର, ଅନୁଗୁଳ ଜିଲ୍ଲା ବଡକେରା ରୁ ବନ୍ତଳା ପୁଲିସ ଦ୍ୱାରା ଉଦ୍ଧାର ହୋଇଥିବା ନାବାଳକ କୁ ତାର ପରିବାର ଲୋକେ ଫେରି ପାଇଛନ୍ତି . ନାବାଳକ କୁ ଉଦ୍ଧାର କରିବା ପରେ ତାଳଚେର ଉପକଣ୍ଠ ମାନବ ସେବାଶ୍ରମରେ ଛାଡିଥିଲା ପୁଲିସ . ଘଟଣା ସମ୍ପର୍କରେ ସାମାଜିକ ଗଣମାଧ୍ୟମ ସମେତ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା . ହଜିଲା ପୁଅ ସମ୍ପର୍କରେ ଜାଣି ପାରି ପରିବାର ଲୋକ ଯାଇ ପହଞ୍ଚିଥିଲେ ମାନବ ସେବାଶ୍ରମରେ . ଅନୁଷ୍ଠାନର ମୁଖ୍ୟ ପରିଚାଳକଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ପରିବାର ଲୋକଙ୍କୁ ପୁଅକୁ ହସ୍ତାନ୍ତର କରାଯାଇଛି .

Leave a Reply

Your email address will not be published. Required fields are marked *