ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମରେ ଖୁଦୁରୁକୁଣୀ ପୂଜା କମିଟି ଦୋଳମଣ୍ଡପ ସାହି ପକ୍ଷରୁ ଓଡ଼ିଆ ଗଣ ପର୍ବ ଖୁଦୁରୁକୁଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଏହି ଉପଲକ୍ଷେ ଏକ ଭଜନ ସଂଧ୍ୟାର ଆୟୋଜନ କରା ଯାଇଥିଲା । ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ମାନେ ଭଜନ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ଅଞ୍ଚଳର ଭଉଣୀ ମାନେ ଆୟୋଜନ କରିଥିବା ବେଳେ ଗ୍ରାମର ଅନେକ ଯୁବକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସ୍ଥାନୀୟ ଯୁବକ ବିଚିତ୍ରାନନ୍ଦ ମହାପାତ୍ର, ସମର କେଶରୀ ମହାପାତ୍ର, କିଶନ ରଣା, ଦିଲ୍ଲୀପ ମହାପାତ୍ର, ବିପିନ ବିହାରୀ ମହାପାତ୍ର ଏବଂ ଅନ୍ୟମାନେ ଏହାକୁ ପରିଚାଳନା କରିଥିଲେ । ପରମ୍ପରା ଅନୁଯାୟୀ ଏଠାରେ ଏକ ପୂଜ୍ୟପୂଜା ରିତି ଅବସରରେ ଅଞ୍ଚଳର ମହାନ୍ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ବାଙ୍କୀ ମାଟିର ସୁପରିଚିତ କଣ୍ଠଶିଳ୍ପୀ ଦେବୀଦତ୍ତ ବିଭୂତିରାୟ ଏବଂ ଯୁବ ସାମ୍ବାଦିକ ଅନନ୍ତ ରଣା ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଗାମୀ ଦିନରେ ଏହି ଅନୁଷ୍ଠାନ ଅନେକ ସାସ୍କୃତିକ କାର୍ଯ୍ୟ କରିବାର ଲକ୍ଷ୍ୟ ରଖିଥିବା କଥା ଆୟୋଜକ ପ୍ରକାଶ କରିଛନ୍ତି । ବୁଡିଯାଇଥିବା ପରମ୍ପରା କୁ ଉଜ୍ଜୀବୀତ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିବା ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି କାର୍ଯ୍ୟକ୍ରମର ଆୟୋଜକ ।
ପରମ୍ପରାଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପ୍ରତିଭା ସମ୍ବର୍ଦ୍ଧନା !!!

