ବିଭିନ୍ନ ଦାବୀରେ DYFI ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବିଭିନ୍ନ ସମସ୍ୟାକୁ ନେଇ DYFI ତରଫରୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି। DYFI ର ସଂପାଦକ ଯତୀନ ମହାନ୍ତି ଓ ଜିଲ୍ଲା ସଭାପତି ସୁକୁ ଶବରଙ୍କ ନେତୃତ୍ୱରେ ପ୍ରତିବାଦ କରାଯାଇ ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଠଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ଗୁଡ଼ିକ ହେଲା ଜିଲ୍ଲାରେ ଖାଲି ଥିବା ସମସ୍ତ ଶିକ୍ଷକ ପଦବୀ ପୂରଣ, ଜିଲ୍ଲା ଦପ୍ତରରେ ଖାଲି ଥିବା ପଦବୀ ପୂରଣ ସହ ଜିଲ୍ଲାଭିତ୍ତିକ ନିର୍ଯୁକ୍ତି, ମନରେଗା କାମ ପାଇଁ ନୂତନ ଜବ କାର୍ଡ ବଣ୍ଟନ, ମନରେଗାରେ ଦୁଇ ଶହ ଦିନର କାମ ସହ ଦିନକୁ ଛଅ ଶହ ଟଙ୍କା ମଜୁରୀ, ଲଘୁ ବନ ଜାତ ଦ୍ରବ୍ୟ ବିକ୍ରୟ ନିମନ୍ତେ ସରକାରୀ କ୍ରୟ କେନ୍ଦ୍ର, ଗୋଶାଣୀ ଠାରେ ବନ୍ଦ ଚିନିକଳର ପୁନ ଉଦ୍ଧାର, ମକାକୁ କଞ୍ଚା ମାଲ ରୂପେ ବ୍ୟବହାର କରି ମକା ଶିଳ୍ପ ପ୍ରତିଷ୍ଠା, ଜିଲ୍ଲା ରେ ଡାକ୍ତର ନିଯୁକ୍ତି ସହ ଡାକ୍ତରଖାନାରେ 24 ଘଣ୍ଟିଆ ରୋଗୀ ସେବା ଯୋଗାଇ ଦେବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *