ବାଣପୁର ର ତିନି ଯୁବକ ପାଇଲେ ଶ୍ରେଷ୍ଠ ବୃକ୍ଷପ୍ରେମୀ ସମ୍ମାନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଭାରତର ର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ.ପି.ଜେ ଅବଦୁଲ କଲାମଙ୍କ 90 ତମ ଜୟନ୍ତୀ ଉପଲକ୍ଷେ ଖଲ୍ଲିକୋଟ ସ୍ଥିତ ଚାରୁ ଓ କାରୁକଳା ସରକାରୀ ମହାବିଦ୍ୟାଳୟ ପରିସର ରେ ଏ.ପି.ଜେ ଅବଦୁଲ କାଲାମ ଜନକଲ୍ୟାଣ ପରିଷଦ ଦ୍ୱାରା ବାଣପୁର ର ତିନି ଜଣ ଯୁବ ସମାଜସେବୀ ଙ୍କୁ “ଶ୍ରେଷ୍ଠ ବୃକ୍ଷ ପ୍ରେମୀ” ସମ୍ମାନ ରେ ସମ୍ମାନିତ କରାଯାଇଛି l

ପ୍ରକାଶ ଥାଉ କି ଯୁବ ସାମ୍ବାଦିକ ପ୍ରଭାତ କୁମାର ନାୟକ, ଅଧ୍ୟାପକ ତଥା ବ୍ଲଡ ଡୋନେସନ ଓଡ଼ିଶା ର ସଭାପତି ରଞ୍ଜନ ମହାପାତ୍ର ଓ ବିଘ୍ନରାଜ ସାହୁ , ପ୍ରେରଣା ର ମୁଖ୍ୟ ଡ.ଦିଲୀପ ଶ୍ରୀଚନ୍ଦନ ଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟ କରି ଆସୁଥିଲେ । ସେମାନଙ୍କ କାର୍ଯ୍ୟ ବହୁତ ଉଚ୍ଚ କୋଟୀର ଥିଲା । ତେଣୁ ଏ.ପି.ଜେ ଅବଦୁଲ କାଲାମ ଜନ କଲ୍ୟାଣ ପରିଷଦ ସେମାନେ ଙ୍କ କାର୍ଯ୍ୟରେ ଖୁସୀ ହୋଇ ଉକ୍ତ ସମ୍ମାନ ରେ ସମ୍ମାନିତ କରିଛନ୍ତି । ଏନେଇ ସେମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି ।

Leave a Reply

Your email address will not be published. Required fields are marked *