ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧାରେ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାର ଦକ୍ଷତା ବିକାଶ ରଥର ଶୁଭାରମ୍ଭ . ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାର ଦକ୍ଷତା ବିକାଶ ରଥ ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ଓ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦିଗନ୍ତ ରାଉତରାୟ ପତାକା ହଲାଇ ସଚେତନତା ରଥକୁ ଶୁଭାରମ୍ଭ କରିଥିଲେ । ଏହି ଦୁଇଟି ରଥ ଖୋର୍ଦ୍ଧା ଜିଲ୍ଲାର ୧୦ଗୋଟି ବ୍ଲକର ୧୯୦ ଗୋଟି ଗ୍ରାମପଞ୍ଚାୟତକୁ ଯାଇ ୧୫ବର୍ଷରୁ ୩୫ବର୍ଷ ପର୍ଯ୍ୟନ୍ତ ବେକାର ଯୁବକ ଯୁବତୀ ମାନେ ୫୦ରୁ ୨୫୦ପର୍ଯ୍ୟନ୍ତ ବିଭିନ୍ନ ଧନ୍ଦା ମୂଳକ ଶିକ୍ଷା ସହ ଆତ୍ମନିଯୁକ୍ତିର ସୃଷ୍ଟି କରି ସ୍ଵାବଲମ୍ବୀ ଭାବେ ଜୀବନଯାପନ କରିବେ ବୋଲି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।ଏହାକୁ ଜନସଚେତନତା ସୃଷ୍ଟି ନିମିତ୍ତ ରଥ ପରିକ୍ରମାର ବ୍ୟବସ୍ଥା କରାଯାଇଛି ।
ଖୋର୍ଦ୍ଧାରେ ଗଡ଼ିଲା ଦୀନଦୟାଲ ଉପାଧ୍ୟାୟ କୌଶଲ ବିକାଶ ରଥ !!

