ରାସ୍ତା ନିର୍ମାଣ କାମରେ ମହାଦୁର୍ନୀତି : ଗ୍ରାମ ଲୋକେ କଲେ ଅଭିଯୋଗ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ର ଭଉଁରୀଆ ପଞ୍ଚାୟତ ସାନ ରାମକୃଷ୍ଣପୁର ଗ୍ରାମରେ ଲୋକେ ଆଣିଛନ୍ତି ରାସ୍ତା ନିର୍ମାଣ କାମରେ ଅନିୟମିତତାର ଅଭିଯୋଗ . ସୂଚନା ଅନୁଯାୟୀ ସାନ ରାମକୃଷ୍ଣପୁର ଗ୍ରାମରେ ବିଭିନ୍ନ ସ୍ଥାନରେ ରାସ୍ତା କାମ ପାଇଁ ଅର୍ଥ ମଞ୍ଜୁର ଆସିବା ପରେ , ସରପଞ୍ଚ ସମସ୍ତ କାମକୁ ନିଜ ନାମରେ ରଖି କାମ ଗୁଡିକ ଅତି ନିମ୍ନ ମାନର କରି ଅର୍ଥ ହଡପ କରିଥିବାର ଗ୍ରାମବାସୀ ମାନେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି | ଏଠାରେ ସବୁଠୁ ବଡ ଆଶ୍ଚର୍ଯ୍ୟ ର କଥା , ଗୋଟିଏ ଗ୍ରାମରେ ୩ ଟି ରାସ୍ତା ର ଉନ୍ନତିକରଣ ପାଇଁ ପ୍ରତେକ ରାସ୍ତା ପାଇଁ ୫ ଲକ୍ଷ ଟଙ୍କା ଲେଖା ଆସିଥିବାର ରାସ୍ତା କଡରେ ଥିବା ଫଳକ ରୁ ଜଣା ପଡିଯାଉଛି || ତେବେ ନିମ୍ନମାନର କାମ ସମ୍ପର୍କରେ ଗ୍ରାମବାସୀ ପ୍ରଶ୍ନ ଉଠାଇଲେ ତେବେ ସରପଞ୍ଚ ସେମାନଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବାର କଥା ମଧ୍ୟ ଶୁଣିବାକୁ ମିଳିଛି || ତେବେ ଏବେ ଦେଖିବାକୁ ବାକି ରହିଲା କେବେ ଭାଙ୍ଗୁଛି ପ୍ରଶାସନ ର ନିଦ ଆଉ କେବେ ମିଳୁଛି ଗ୍ରାମବାସୀଙ୍କୁ ରାସ୍ତା ||

Leave a Reply

Your email address will not be published. Required fields are marked *