ନିଶ୍ଚିତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବୁରୁଧର ବେହେରା : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମାହାଙ୍ଗା ଡବଲ ମର୍ଡର ହତ୍ୟାକାଣ୍ଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫ କରିବା ଦାବି ସହ ବିଜେପି ନେତା ବିଜୟ ଦଳବେହେରାଙ୍କ ଗିରଫ ପ୍ରତିବାଦରେ ମାହାଙ୍ଗା ବିଜେପି ପକ୍ଷରୁ କଟକ ନିଶ୍ଚିନ୍ତକୋଇଲି ଥାନା ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଛି । ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ ବିଜେପିର ବହୁ କର୍ମୀ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ଦିବ୍ୟଶଙ୍କର ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ || ଏହି ବିକ୍ଷୋଭ ଯାତ୍ରା ନିଶ୍ଚିନ୍ତକୋଇଲି ବଜାରରୁ ଆରମ୍ଭ କରି ଥାନା ସମ୍ମୁଖରେ ପହଞ୍ଚିଥିଲା । ଥାନା ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲା । ତେବେ ରାଜ୍ୟ ପୋଲିସ ନୁହେଁ ବରଂ ତୁରନ୍ତ ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ବିଜେପି ପକ୍ଷରୁ ଦାବି ହେବା ସହ ଏହି ସବୁ ଘଟଣାରେ ସଂପୃକ୍ତ ମନ୍ତ୍ରୀ ମାନଙ୍କୁ ଗିରଫ କରା ନଗଲେ ଅଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ।
ବିଜେପି ର ଥାନା ଘେରାଉ !!!

