ପାରଳାଖେମୁଣ୍ଡିରେ ଦ୍ୱିତୀୟ ଦିନରେ ସେରୋ ସର୍ଭେଲାନ୍ସ କାର୍ଯ୍ୟକ୍ରମ

Spread the love

ଗଜପତି ( ଆୱାଜ ମିଡିଆ ) – ବିବେକାନନ୍ଦ ବେହେରା : ରାଜ୍ୟ ସରକାରଙ୍କ ଦ୍ଵାରା ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର।ଞ୍ଚଳରେ ଆଜି ଦ୍ୱିତୀୟ ଦିନରେ ସେରୋ ସର୍ଭେଲାନ୍ସ ହୋଇଛି .ଦ୍ୱିତୀୟ ଦିନରେ ଦଶ କ୍ଲଷ୍ଟରରୁ ପାଞ୍ଚଶହ ରକ୍ତ ନମୂନା ସଂଗ୍ରହ କରାଯାଇ ଥିଲା। ଦ୍ୱିତୀୟ ଦିନରେ କରଣ ସାହି, ଓଡ଼ିଆ ସାହି, ବଡ଼ ବ୍ରାହ୍ମଣ ସାହି, ମାର୍କେଟ ସାହି, ସିଗିଡ଼ି ସାହି, ଫ୍ରେରନ୍ସ କଲୋନୀ, ଖଞ୍ଜା ସାହି, ଗୋଲା ସାହି, ବାଟଗୌଡ଼ ସାହି, ବଡ଼ ମାଡ଼ିଆ ସାହି ପ୍ରଭୃତିରୁ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା। ସେରୋ ସର୍ଭେଲାନ୍ସ କାର୍ଯ୍ୟକ୍ରମକୁ ରିଜିଓନାଲ ମେଡ଼ିକାଲ ରିସର୍ଚ୍ଚ ସେଣ୍ଟର ( RMRC ) ତଥା ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଚାଲିଛି। RMRC ତରଫରୁ ଅଭିଜ୍ଞ ବୈଜ୍ଞାନିକ ଓ ଡାକ୍ତର ଗବେଷକ ମାନଙ୍କୁ ନେଇ 16 ଟି ଟିମ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ପୌର।ଞ୍ଚଳରେ 16ଗୋଟି ୱାଡ଼କୁ ନେଇ 20ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି। ପ୍ରତି କ୍ଲଷ୍ଟରରେ ଅନୂନ୍ୟ 50 ବ୍ୟକ୍ତିଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯାଉଛି। ଏହି କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ ବିଭାଗର ଲାବୋରଟୋରୀ, ଟେକ୍ନିସିଆନ,ଷ୍ଟ।ପନର୍ସ, ଆଶା, ଅଙ୍ଗନବାଡି କର୍ମୀ, ସ୍ୱଚ୍ଛସାଥୀ, ଗୋଷ୍ଠୀ ସଙ୍ଗଠିକା ସାମିଲ ହୋଇ ସହାୟତା କରୁଛନ୍ତି। ଜିଲ୍ଲାପାଳ ଅନୁପମ ସାହାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ୱାଡ଼ରେ ସେରୋ ସର୍ଭେଲାନ୍ସ ଚାଲିଛି। ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ବିଭିନ୍ନ ଜାଗାରେ ହେଉ ଥିବା ସେରୋ ସର୍ଭେଲାନ୍ସ କାର୍ଯ୍ୟକ୍ରମରେ ଉପସ୍ଥିତ ତଦାରଖ କରିଥିଲେ।

Leave a Reply

Your email address will not be published. Required fields are marked *