ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ତହସିଲରେ ଆଜି ନୂତନ ତହସିଲଦାର ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ବରିଷ୍ଠ ଓଏଏସ ଅଧିକାରୀ କୁଞ୍ଜବିହାରୀ ବଡ଼ଜେନା । ଶ୍ରୀ ବଡ଼ଜେନା ଏହା ପୂର୍ବରୁ ନୟାଗଡ଼ ଜିଲ୍ଲାରେ ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ । ତେବେ ବାଣପୁର ତହସିଲ ଖୋର୍ଦ୍ଧା ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ତହସିଲ ହୋଇଥିବା ବେଳେ ଏଠାରେ ଜନସାଧାରଣଙ୍କ ଅଭିଯୋଗକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବେ ବୋଲି ତହସିଲଦାର କହିଛନ୍ତି । ଅନୁରୂପ ଭାବେ ମ୍ୟୁଟେସନ, ଜମି ପଟ୍ଟା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଗୁଡିକୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଆବେଦନକାରୀଙ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀ ବଡ଼ଜେନା କହିଛନ୍ତି । ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ ଏବଂ ସରକାରୀ ରାଜସ୍ୱ ଲୁଟୁଥୁବା ଚୋରା ଲଘୁ ଖଣିଜ ଦ୍ରବ୍ୟ ମାଫିଆଙ୍କୁ ଦୃଢ଼ ହସ୍ତରେ ଦମନ କରାଯିବ ବୋଲି ତହସିଲଦାର କହିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସୋସିଆଲ ମିଡ଼ିଆ ‘ଟ୍ୱିଟର’ ଦ୍ୱାରା ଜନସାଧାରଣଙ୍କ ଅଭିଯୋଗକୁ ସମାଧାନ କରିବାକୁ ପ୍ରାଥମିକତା ଦିଆଯିବ ବୋଲି ତହସିଲଦାର ପ୍ରକଶ କରିଛନ୍ତି । ତେବେ ଆଜି କାର୍ଯ୍ୟଭାର ସମ୍ଭାଳିବା ପରେ ତହସିଲର ସମସ୍ତ କର୍ମଚାରୀ ମାନେ ନୂତନ ତହସିଲଦାରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ । ସୂଚନା ଥାଉକି ଗତ ଜୁନ ମାସ ୩୦ ତାରିଖରେ ପୂର୍ବତନ ତହସିଲଦାର ମନ୍ମଥ ବେହରାଙ୍କ କାର୍ଯ୍ୟକାଳ ସରିବା ପର ଠାରୁ ଦୀର୍ଘ ଚାରି ମାସ ହେଲା ଉକ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡିଥିଲା ।
ବାଣପୁରରେ ତହସିଲରେ ନୂତନ ତହସିଲଦାର ଭାବରେ ଯୋଗଦେଲେ କୁଞ୍ଜବିହାରୀ ବଡ଼ଜେନା !!!

