କାହ୍ନା ର ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ସହାୟତା କଲା ଆଦର୍ଶବାଦୀ ୟଙ୍ଗଷ୍ଟାର କ୍ଲବ୍ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଅନ୍ତର୍ଗତ ଜାମୁସାହି – ଭାପୁର ରାସ୍ତାରେ ଘଟିଥିବା ଦୁର୍ଘଟଣା ରେ ଜାମୁସାହି ଗ୍ରାମର ୮ ବର୍ଷର ବାଳକ କାହ୍ନା ଗୁରୁତର ଭାବେ ଆହତ ହୋଇଥିଲା । ତାର ବାମ ଗୋଡ଼ ଓ ହାତ ସମୂର୍ଣ୍ଣ କ୍ଷତ ଓ ବାମଗୋଡଟି କଟା ଯାଇଛି । ବର୍ତ୍ତମାନ ସେ ଭୁବନେଶ୍ୱର ସ୍ଥିତ ଆମ୍ରୀ ହସ୍ପିଟାଲରେ ଚିକିତ୍ସିତ । ଡାକ୍ତରଙ୍କ କହିବା ଅନୁସାରେ କାହ୍ନାର ଚିକିତ୍ସା ପାଇଁ ପାଖାପାଖି ଆଠ ଲକ୍ଷ ଟଙ୍କା ଦରକାର ଥିବା ବେଳେ, ଦୁର୍ଘଟଣା କରିଥିବା ଗାଡ଼ି ମାଲିକ ମାତ୍ର ଏକଲକ୍ଷ ଟଙ୍କା ଦେଇଥିଲେ । କାହ୍ନାର ବାପା ପ୍ରମୋଦ ମହାନ୍ତି ଜଣେ ଦିନ ମଜୁରିଆ ହେଇଥିବା ବେଳେ ସେ ଘର ଘର ବୁଲି ପୁଅର ଚିକିତ୍ସା ପାଇଁ ଟଙ୍କା ଭିକ୍ଷା କରିଛନ୍ତି । କାହ୍ନାକୁ ସହଯୋଗ କରିବା ପାଇଁ ଆଗେଇ ଆସିଥିଲେ ଭାପୁର ବ୍ଲକ ବଡ଼ସହରା ଗ୍ରାମର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆଦର୍ଶବାଦୀ ୟଙ୍ଗଷ୍ଟାର କ୍ଲବ୍ । ଆରମ୍ଭ ହେଇଥିଲା କାହ୍ନା ପାଇଁ ଟଙ୍କାଟିଏ ଅଭିଯାନ । କ୍ଳବ୍ ଦ୍ଵାରା ଫୋନ ପେ ଓ ଗୁଗଲ ପେ ମାଧ୍ୟମରେ ପଇସା ଯୋଗାଡ କରାଯାଇଥିଲା । ବଦାନ୍ୟ ବ୍ୟକ୍ତିମାନଙ୍କ ସହଯୋଗରେ ୫୦,୦୦୦/- ଟଙ୍କା ସଂଗ୍ରହ ହୋଇଥିଲା । ଯାହାକୁ କି ଆଜି କ୍ଲବ୍ ର ସଦସ୍ୟ ମାନେ ଭୁବନେଶ୍ୱର ଆମ୍ରୀ ହସ୍ପିଟାଲରେ ୫୦,୦୦୦/- ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ଆଗକୁ କାହ୍ନାର ଚିକିତ୍ସା ପାଇଁ ଘରକୁ ବୁଲି ପଇସା ସଂଗ୍ରହ କରାଯିବ ବୋଲି କ୍ଲବ୍ ସଭାପତି ମନୋରଞ୍ଜନ ମହାରଣାଙ୍କ ଠାରୁ ସୂଚନା ମିଳିଛି । କ୍ଲବ୍ ର ସଦସ୍ୟ ମାନେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ଆପଣମାନେ ମଧ୍ୟ ଟଙ୍କାଟିଏ ଦାନ କରି ଏହି ମିଶନରେ ସାମିଲ ହୁଅନ୍ତୁ , ଯାହା ଦ୍ଵାରା ଏକ କୋମଳମତି ବାଳକର ଜୀବନ ବଞ୍ଚିଯିବ ।

Leave a Reply

Your email address will not be published. Required fields are marked *