କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲାପାଳଙ୍କ ନୂଆ ପଦକ୍ଷେପ।

0
181

ଯାଜପୁର ( ଆୱାଜ ମିଡ଼ିଆ ) – ଆଦିତ୍ୟ ମହାନ୍ତି : ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଜିଲ୍ଲାରେ ମଙ୍ଗଳବାର ୧୮୭ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୨୦୧ ଜଣ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ବର୍ତମାନ ସୁଦ୍ଧା ୭୩୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୭୫୧ ଜଣ ସୁସ୍ଥ ହୋଇସାରିଲେଣି । ଏବଂ ଜିଲ୍ଲାରେ ଅଦ୍ୟାବଧି ୧୫୯୬ଟି ଆକ୍ଟିଭ କେଶ ରହିଛି । ଜିଲ୍ଲାରେ ବଢିଚାଲିଥିବା କରୋନା ସଂକ୍ରମଣର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାରେ ୩୫୫ଜଣ ମନିଟରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଟ୍ରେସିଂ ଓ ଆୱାରନେସ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ସେହିପରି ଜିଲ୍ଲାରେ ୪ ଗୋଟି ଫିଭର କ୍ଲିନିକ ଖୋଲାଯାଇ ଥଣ୍ଡା, ଜ୍ୱର ଓ କାଶ ହେଉଥିବା ରୋଗୀଙ୍କର ମାଗଣା ଚିକିତ୍ସା କରାଯାଉଛି । ଆଗକୁ ଏଭଳି ଫିଭର କ୍ଲିନିକର ସଂଖ୍ୟାକୁ ବୃଦ୍ଧି କରାଯାଇ ପ୍ରତ୍ୟେକ ବ୍ଲକ ହେଡକ୍ୱାର୍ଟରରେ ଖୋଲାଯିବାର ବ୍ୟବସ୍ଥା କରାଯାଉଛି । ପଜିଟିଭ ସଂଖ୍ୟାକୁ ନେଇ ବିଭିନ୍ନ ଗାଁକୁ ରେଡ ଜୋନ ଓ ଗ୍ରୀନ ଜୋନ ଭାବେ ଘୋଷଣା କରାଯାଇ ଅଧିକରୁ ଅଧିକ ଟେଷ୍ଟ କରାଯିବାର ବ୍ୟବସ୍ଥା କରାଯାଇଛି । କୋଭିଡ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ସମସ୍ତେ ସହଯୋଗ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ଲୋକଙ୍କ ସହଯୋଗ ରହିଲେ ଆଗାମୀ ୧୫ ରୁ ୨୦ ଦିନ ମଧ୍ୟରେ ଜିଲ୍ଲାରେ କରୋନାକୁ ହ୍ରାସ କରାଯାଇପାରିବ ବୋଲି ଚକ୍ରବର୍ତୀ ସିଂ ରାଠୋର ଜିଲ୍ଲାପାଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here