ବାଙ୍କୀ ବିଜେପି କର୍ମୀଙ୍କୁ ଅଟକ ରଖିଲା ପୁଲିସ !!!

Spread the love

ବୈଦେଶ୍ଵର – ଗୋପୀନାଥପୁର ସେତୁ ଉଦଘାଟନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କୁ ବିରୋଧ ଆଶଙ୍କା କରି ପଦକ୍ଷେପ

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବାଙ୍କୀ ନିର୍ବାଚନ ମଣ୍ଡଳୀ ବୈଦେଶ୍ଵର ଠାରେ ମହାନଦୀ ସେତୁ ଉଦଘାଟନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ ଉଦ୍ୟମ ସମୟରେ ବିଜେପି କର୍ମୀଙ୍କୁ ଅଟକ ରଖିଲା ପୁଲିସ . ମହାନଦୀରେ ଉପରେ ନିର୍ମାଣ ହୋଇଥିବା ବହୁ ପ୍ରତିକ୍ଷିତ ବାଙ୍କୀ-ବୈଦେଶ୍ୱର ଠାରୁ ବଡମ୍ବା ଗୋପିନାଥପୁରକୁ ସଂଯୋଗ ହୋଇଥିବା ଟି-ସେତୁ ଉଦଘାଟନୀ କାର୍ଯ୍ୟକ୍ରମ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କୁ ଆଖି ଆଗରେ ରଖି ସ୍ଥାନୀୟ ପୁଲିସ ପ୍ରଶାସନ ତରଫରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ସେତୁଟି ନିର୍ମାଣ ହେବା ଫଳରେ ଭୁବନେଶ୍ୱର-ପୁରୀ-ଖୋର୍ଦ୍ଧା-ନୟାଗଡ-ବ୍ରହ୍ମପୁର ସହିତ ଢେଙ୍କାନାଳ , ଅନୁଗୁଳ ଓ ବୈାଦ୍ଧ ଜିଲ୍ଲାକୁ ଯୋଗାଯୋଗ ସହଜ ହେବ । କଟକ ଜିଲ୍ଲା ବାଙ୍କୀ ବୈଦେଶ୍ୱର ନିକଟ ମହାନଦୀ ମଧ୍ୟ ଭାଗରେ ତିଆରି ହୋଇଛି ଏହି ଟି-ସେତୁ । ଏହି ସେତୁଟିର ଲମ୍ବ ୩ କିଲୋମିଟର ୧୧୮ ମିଟର ହୋଇଥିବା ବେଳେ ପୋଲର ମଧ୍ୟ ଭାଗରୁ ସିଂହନାଥ ଶୈବପୀଠକୁ ଯୋଡା ଯାଇଥିବାରୁ ଏହାକୁ ଟି-ସେତୁ ବୋଲି କୁହାଯାଉଛି । ତେବେ ୨୦୧୪ରେ ଏହି ସେତୁର ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିବା ବେଳେ କିଛି ବୈଷୟିକ ତ୍ରୁଟି କାରଣରୁ ଏହାର କାର୍ଯ୍ୟ ବିଳମ୍ବ ହୋଇଥିଲା । ଏବେ ସେତୁ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇ ଲୋକାର୍ପିତ ହେବା ପରେ ମହାନଦୀରେ ଆଉ ଏକ ସମ୍ପର୍କର ସେତୁ ଯୋଡି ହେଲା ବୋଲି ଶାସକ ଦଳର ନେତୃ ମଣ୍ଡଳୀ ପ୍ରକାଶ କରିଛନ୍ତି .

Leave a Reply

Your email address will not be published. Required fields are marked *