ସାମ୍ବାଦିକଙ୍କ ବେଆଇନ ଗିରଫଦାରୀ କୁ ରାୟଗଡା ସାମ୍ବାଦିକ ସଂଘର ବିରୋଧ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ମାଲକାନଗିରି ଜିଲ୍ଲାର ପାଞ୍ଚ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ବେଆଇନ ଭାବେ ଗିରଫକୁ ବିରୋଧ କରି ରାୟଗଡ଼ା ସାମ୍ବାଦିକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଛନ୍ତି । ମାଲକାନଗିରି ଜିଲ୍ଲାର ୫ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ବେଆଇନ ଓ ଅମାନୁଷିକ ଭାବେ ଅଧା ରାତିରେ ଗିରଫ କରିଥିବାରୁ ଏହାକୁ ବିରୋଧ କରି ଏବଂ ସେମାନଙ୍କୁ ତୁରନ୍ତ ସର୍ତ୍ତମୂଳକ ମୁକ୍ତି ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ରାୟଗଡା ଜିଲ୍ଲାର ସାମ୍ବାଦିକ । ଏହା ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ପୋଲିସ କୌଣସି ଅନୁସନ୍ଧାନ ନ କରି ପୋଲିସ ଫୋର୍ସ ଲଗାଇ ୫ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ବେଆଇନ ଭାବେ ମିଥ୍ୟା ଏଫଆଇଆର୍ ବଳରେ ଗିରଫ କରିଥିଲେ । ମହିଳା ମେଡିକାଲ ୱାର୍ଡରେ ପୁରୁଷମାନେ ଉପସ୍ଥିତ ଥିଲେ । ଏହି ସୂଚନା ପାଇ ସାମ୍ବାଦିକ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଅନିମିୟତା ଘଣ୍ଟ ଘୋଡାଇବାକୁ ଯାଇ ଡାକ୍ତର କର୍ମଚାରୀ ଓ ପୋଲିସ ମାନେ ମିଶି ସାମ୍ବାଦିକଙ୍କୁ ବେଆଇନ ଭାବେ ଗିରଫ କରିଥିଲେ । ବହୁସଂଖ୍ୟାରେ ସାମ୍ବାଦିକ ମାନେ ଉପସ୍ଥିତ ଥାଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *