ଦେଶୀ ମଦ ଜବତ : ୨ ଗିରଫ !!

Spread the love

ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅଧିନସ୍ଥ ବଞ୍ଜା ପାଖ ବ୍ରାହ୍ମଣୀ ନଦୀ ପଠାରେ ଚୋରା ଦେଶୀ ମଦ ପ୍ରସ୍ତୁତି ହେଉଥିବା ସମୟରେ ସୁକିନ୍ଦା ଥାନା ଅଧିକାରୀ ଶିବଚରଣ ବେହେରା ଚଢ଼ାଉ କରି ଦେଶୀ ମଦ ଜବତ କରିବା ସହ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛନ୍ତି । ଗିରଫ ଦୁଇ ଯୁବକ ଢେଙ୍କାନାଳ ଜିଲ୍ଲାର ମହୁଲପାଳ ଗ୍ରାମର ଅରୁଣ ପ୍ରଧାନ ବୟସ 22 ଏବଂ ଅନ୍ୟ ଜଣେ ଭୁବନ ନୂଆ ହାଟ ପାଖ ଗ୍ରାମର ସୌଭାଗ୍ୟ ଦଳେଇ ବୟସ 27 ବୋଲି ସୂଚନା ମିଳିଛି . ଦୁଇ ଯୁବଙ୍କ ଠାରୁ 50 ଲିଟର ଦେଶୀ ମଦ ଜବଦ ହୋଇଥିବା ସୂଚନା ଦେଇଛନ୍ତି ସୁକିନ୍ଦା ଥାନା ଅଧିକାରୀ ଶିଵ ଚରଣ ବେହେରା । ଉଭୟଙ୍କ ନାମରେ ପୋଲିସ କେଶ ନମ୍ବର 155/20 ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *