ସିର୍କୀ ଘାଈ ଠାରେ ବହୁ ପ୍ରତିକ୍ଷିତ ଇକୋ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ସିର୍କୀ ଘାଈ ଠାରେ ନିର୍ମାଣ ହେବାକୁ ଥିବା ବହୁ ପ୍ରତିକ୍ଷିତ ଇକୋ ପାର୍କର ଭିତ୍ତିପ୍ରସ୍ଥର ଦେଇଛନ୍ତି ମାନ୍ୟବର ଜଙ୍ଗଲ,ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ I ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ ଏବଂ ଖଣ୍ଡିୟ ବନାଧିକାରୀ ଲକ୍ଷ୍ମୀ ନାରାୟଣ ସାହୁ ଯୋଗ ଦେଇଥିଲେ I ବହୁ ଦଳୀୟ ନେତା ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ କୋଭିଡ ନିୟମାନୁସାରେ ଅନୁଷ୍ଠିତ ହୋଇଯାଇଛି I ଏହି ଇକୋ ପାର୍କ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୧ କୋଟି ୨୫ ଲକ୍ଷ ମଂଜୁର ହୋଇଛି I ଏହି ପାର୍କର ନିର୍ମାଣ କାମ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବାର ଲକ୍ଷ ରଖାଯାଇଛି I ପାର୍କରେ ରହିଛି ନୌ ବିହାର, ସରସ ସୁନ୍ଦର ଫୁଲ ବଗିଚା, ପାଦ ଚଲା ବାଟ, ପର୍ଯ୍ୟଟକଙ୍କ ନିମନ୍ତେ ପାର୍କରେ ସବୁ ପ୍ରକାର ସୁବିଧା ଉପଲବ୍ଧ ରଖିବା ପାଇଁ ବିଶେଷ ଦୃଷ୍ଟି ଦିଆଯିବ I ପ୍ରକୃତିର ଗନ୍ତାଘର ଏହି ସିର୍କୀ ଘାଈ ଇକୋ ପାର୍କ ଭାବେ ମାନ୍ୟତା ପାଇ କିଛି ଦିନପରେ ଆହୁରି ସରସ ସୁନ୍ଦର ହୋଇ ଏହି ଅଞ୍ଚଳ ଏବଂ ଆଖ ପାଖ ରେ ଥିବା ଦର୍ଶନୀୟ ସ୍ଥାନକୁ ଆହୁରି ଅଧିକ ଆକର୍ଷଣୀୟ କରିତୋଳିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି I ବହୁ ଅପେକ୍ଷା ପରେ ଘୁ.ଉଦୟଗିରି ବାସୀଙ୍କୁ ନୂତନ ବର୍ଷରେ “ଇକୋ ପାର୍କ” ଭାବେ ନୂତନ ଭେଟି ଦେଇଥିବା ଯୋଗୁଁ ଅଞ୍ଚଳ ବାସୀଙ୍କ ମାନ୍ୟବର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇଛନ୍ତି I ଏହି ଅବସରରେ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ପୁର୍ବତ୍ତନ ଅଧକ୍ଷ ପି.ସଞ୍ଜୀବ କୁମାର ପାତ୍ର ଦଳୀୟ କର୍ମୀଙ୍କ ସହ ଜଙ୍ଗଲ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ଫୁଲ ତୋଡ଼ା ଦେଇ ସିର୍କୀ ଘାଇ ଠାରେ ସ୍ଵାଗତ ଜଣାଇ ଥିଲେ I

Leave a Reply

Your email address will not be published. Required fields are marked *