ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କ ମୃତ୍ୟୁ କୁ ନେଇ ଚାପା ଉତ୍ତେଜନା !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ୪୫ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟଣାରେ ପରିବାର ପକ୍ଷରୁ ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଥିବା ସ୍ୱାମୀ ପୀତବାସ ଉଠାନ ସିଂ ଓ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ମହିଳା ଜଣକ ହେଲେ ଗ୍ରୀନ୍ ବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗ୍ରୀନ୍ ବାଡ଼ି ହାଇସ୍କୁଲ ସାହିର ମଞ୍ଜୁଳା ଉଠାନ ସିଂ (୪୫) ।

ମହିଳା ଜଣକ ଅସୁସ୍ଥତା ଅନୁଭବ କରିବାରୁ ପୁଅ ଓ ପରିବାର ଲୋକେ ମଙ୍ଗଳବାର ସକାଳେ ଏକ ଅଟୋ ଯୋଗେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ, ହେଲେ ଡ଼ାକ୍ତର ଅନ୍ୟ ଏକ ରୋଗୀଙ୍କ ଚିକିତ୍ସା ରେ ରହିଥିବାରୁ ଉପସ୍ଥିତ ଥିବା ଷ୍ଟାଫ ବେଡ଼ ଆଡ଼ମିଟ କରି ପେସେଣ୍ଟକୁ ଅକ୍ସିଜେନ ଲଗାଇଥିଲେ। ମହିଳା ରୋଗୀ ଜଣକ ବେଡ଼ ଆଡ଼ମିଟ ହେବାର ବହୁ ସମୟ ପରେ ମଧ୍ୟ ଅନ୍ୟ କୌଣସି ଡାକ୍ତର ରୋଗୀଙ୍କୁ ଦେଖିବା ପାଇଁ ପହଞ୍ଚି ନଥିଲେ। ଶେଷରେ ଡାକ୍ତର ଆସି ରୋଗୀ ଅଧିକ ଗୁରୁତର ଥିବା କହି ବଡ଼ ମେଡ଼ିକାଲ ବ୍ରହ୍ମପୁରକୁ ରେଫର କରିଦେଲେ। ହେଲେ ରୋଗୀ ଜଣକ ୫ କିଲୋମିଟର ଯିବା ଭିତରେହିଁ ମୃତ୍ୟୁ ମୁଖରେ ପଡ଼ିଗଲେ। ଏଥିନେଇ ପରିବାର ପକ୍ଷରୁ ଡ଼ାକ୍ତରଙ୍କ ଆସିବା ବିଳମ୍ଭରୁ ମହିଳା ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା. ଜାକେଶ ଉତେଜିତ ହୋଇ କଣ ହେଲା କହିଥିଲେ । ଏଥିରେ ପରିବାର ଓ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିବା ସହିତ ଚାପା ଉତେଜନା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *