କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବାଙ୍କୀ ନିର୍ବାଚନ ମଣ୍ଡଳୀ କଳାପଥର ଗ୍ରାମ ର କପିଳେଶ୍ୱର ଙ୍କ ପୀଠ ରେ ମକର ମିଳନ ଉତ୍ସବ କୋଭିଡ ନିୟମ ମାନି ନିରାଡ଼ମ୍ବର ଭାବେ ପାଳନ କରାଯାଇଛି . ବିଗତ ତିନି ବର୍ଷ ଧରି ହେଉଥିବା ମକର ମିଳନ ଉତ୍ସବ ପାଳନ ହୋଇ ଆସୁଥିବା ବେଳେ ଏ ବର୍ଷ ନିର୍ବାଚନ ଆଚରଣ ଆଦର୍ଶ ଵିଧି ଏବଂ କୋଭିଡ଼ ମହାମାରୀଙ୍କୁ ଲକ୍ଷ୍ୟ କରି ସରକାରୀ ନିୟମ କୁ ପାଳନ କରିବାକୁ ଯାଇ ଉତ୍ସବ ସ୍ଥଗିତ ରଖିବା ସହିତ କେବଳ ଵିଧି ପାଳନ କରାଯାଇଛି . ସଭାପତି ନୃସିଂହ ଚରଣ ପ୍ରଧାନ ଏବଂ ସମ୍ପାଦକ ନିମାଇଁ ଚରଣ ବାରିକଙ୍କ ତତ୍ଵାବଧାନ ରେ ଅଳ୍ପ କେତେକ କାଯ୍ୟକର୍ତ୍ତା ଙ୍କୁ ନେଇଁ କପିଳେଶ୍ୱର ମନ୍ଦିର ରେ ମକର ଚାଉଲ ପ୍ରସାଦ ଲାଗି କରାଯାଇଥିଲା . ଏହାପରେ କାଯ୍ୟକର୍ତ୍ତା ମାନେ ସମସ୍ତ ଙ୍କ ଘରେ ଓ କଳାପଥର ମୁଖ୍ୟ ବଜାର ପ୍ରସାଦ ବଣ୍ଟନ କରିଥିଲେ . ଆୟୋଜିତ କାର୍ଯ୍ୟକ୍ରମରେ ସୁରେନ୍ଦ୍ର କୁମାର ବିଶ୍ୱାଳ, ମନୋରଞ୍ଜନ ମହାପାତ୍ର, ତୃପ୍ତି ରଞ୍ଜନ ପଣ୍ଡା, ସୁବାଷ ପାଇକରାୟ, ତ୍ରିଲୋଚନ ମହାରଣା ,ସୁବ୍ରତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ .
କଳାପଥର କପିଳେଶ୍ୱର ଙ୍କ ଠାରେ ମକର ମିଳନ ଉତ୍ସବ !!!

