ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ରୋଚକ ସ୍ଥିତିରେ ଧଳାପଥର ପଞ୍ଚାୟତର ରାଜନୈତିକ ଦୃଶ୍ୟପଟ୍ଟ . ଚାଲିଛି ସରପଞ୍ଚ ପଦବୀ ପାଇଁ ଟଣା ଓଟରା . ନାମାଙ୍କନ ପତ୍ର ଦାଖଲ ଘଟଣାକୁ ନେଇ ଶାସକ ଦଳ ଏବେ ଦୁଇ ଫାଳ . ପୁରୁଣା ନେତା ପୁଣି ଥରେ ନାମାଙ୍କନ କରିବାକୁ ଅଡ଼ି ବସିଥିବା ସମୟରେ ତାଙ୍କ ସର୍ବଗିଳା ନୀତି କାରଣରୁ ତାଙ୍କୁ ବିରୋଧ କରୁଛନ୍ତି ଦଳୀୟ କର୍ମୀ . ଏପରି ସ୍ଥିତିରେ ସାମନାକୁ ଆସିଛି ଏକ ନୂଆ ଚେହେରା . ଧଳାପଥର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ପଦବୀ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ନାରାୟଣ ସାହୁ . ଅନ୍ୟ ପକ୍ଷରେ ବିଜୁ ଜନତା ଦଳରେ ଏବେ ଏବେ ସାମିଲ ହୋଇଥିବା ପ୍ରଦୀପ ସାହୁଙ୍କର କିଛି ଅନୁଗତ ମଧ୍ୟ ନୋମିନେସନ କରିବାକୁ ପାଗ ଭିଡି ବସିଛନ୍ତି . ପୂର୍ବତନ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବଙ୍କର ପୁରୁଣା ସଂଗଠନ , ଏବେର ବିଧାୟକ ରାଜା ସାହୁଙ୍କର ସମର୍ଥକ ଏବେ ନୂଆ ମିଶିଥିବା ନେତା ପ୍ରଦୀପ ସାହୁଙ୍କର ଅନୁଗତଙ୍କ ଛକପଞ୍ଚା ରେ ଦଳ ଏବେ ଦୁଇ ଫାଳ . ଆଗାମୀ ଦିନରେ ଏହା କି ରୂପ ନେବା ଏବଂ କିଏ ନିର୍ବାଚିତ ହେବ ତାହା ଭୋଟର ଙ୍କ ମୁଡ଼ ଉପରେ ନିର୍ଭର କରୁଛି .
ଧଳାପଥର ରେ ବିଜେଡି ଦୁଇ ଫାଳ : ଦୁର୍ନୀତିଗ୍ରସ୍ତ ନେତାଙ୍କୁ ବିରୋଧ କଲେ କର୍ମୀ !!!

