ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଭିନ୍ନ ପଞ୍ଚାୟତରେ ବାଲୁଗାଁ ପୋଲିସର ଫ୍ଲାଗ ମାର୍ଚ୍ଚ !!!

Spread the love

ଚିଲିକା ( ଆୱାଜ ମିଡିଆ ) – ରାକେଶ ସାହୁ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତରେ ବାଲୁଗାଁ ଥାନା ଡ଼ିଏସପି ଇନଚାର୍ଜ ରମାକାନ୍ତ ମାହାଲିକଙ୍କ ନେତୃତ୍ୱରେ ପୋଲିସର ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି।

ଅସାମାଜିକ ବ୍ୟକ୍ତିମାନଙ୍କୁ କଡ଼ା ସନ୍ଦେଶ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଅପରାଧମୁକ୍ତ, ଅବାଧ, ନିରପେକ୍ଷ ଏବଂ ମଦମୁକ୍ତ ନିର୍ବାଚନ କରିବାପାଇଁ ବାଲୁଗାଁ ପୋଲିସ ଅଣ୍ଟା ଭିଡିଛି। ଯଦି କୌଣସି ଅସାମାଜିକ ବ୍ୟକ୍ତି କିମ୍ବା ରାଉଡ଼ି ନିର୍ବାଚନ ସମୟରେ ବିଶୃଙ୍ଖଳା ସୃଷ୍ଟି କରନ୍ତି କିମ୍ବା ଭୋଟରଙ୍କୁ ଡରାନ୍ତି, ତେବେ ସେମାନଙ୍କୁ ସଙ୍ଗେସଙ୍ଗେ ଗିରଫ କରାଯିବ ବୋଲି ଡ଼ିଏସପି ଶ୍ରୀ ମାହାଲିକ କହିଛନ୍ତି।

ସୂଚନା ଥାଉକି ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ଅବା ଗଣ୍ଡଗୋଳ ଆଶଙ୍କାରେ ବାଲୁଗାଁ ପୋଲିସ ଅଦ୍ୟାବଧି ୪୦୦ ଜଣ ବ୍ୟକ୍ତିଙ୍କୁ ଚି଼ହ୍ନଟ କରିବା ସହ ସେମାନଙ୍କ ବିରୋଧରେ ଅଗ୍ରିମ ୱାରେଣ୍ଟ ଜାରି କରିଛି। ଅନୁରୂପ ଭାବେ ଆଜି ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ଏବଂ ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ନାଚୁଣୀ ଫାଣ୍ଡି ଅନ୍ତର୍ଗତ ସମସ୍ତ ପଞ୍ଚାୟତରେ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *