ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଅନୁଗୁଳ ଜିଲ୍ଲାରେ ପ୍ରସ୍ତୁତି ଶେଷ !!!

0
227

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲାରେ ଆସନ୍ତା କାଲି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଅନୁଗୁଳ ଓ ବଅଁରପାଳ ୨ ଟି ବ୍ଳକ ପାଇଁ ନିର୍ବାଚନ ସାମଗ୍ରୀ ବିତରଣ ଅନୁଗୋଳ ଷ୍ଟାଡିୟମରେ ହୋଇଥିଲା । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ବିତରଣ କେନ୍ଦ୍ର ପରିଦର୍ଶନରେ ଯାଇ ବିଭିନ୍ନ କାଉଣ୍ଟର ବୁଲି ଦେଖିଥିଲେ । ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ସେବା ଓ ସାମଗ୍ରୀ ବିତରଣ କାର୍ଯ୍ୟକୁ ତଦାରଖ କରିଥିଲେ । ସୂଚନା ଯୋଗ୍ୟ ଯେ, ଅନୁଗୁଳ ବ୍ଲକର ୪୭୪ ଟି ବୁଥ୍ ପାଇଁ ୫୨୦ ଜଣ ପ୍ରିଜାଇଡିଂ ଅଫିସର ଓ ୧୦୪୦ ଜଣ ପ୍ରଥମ ଓ ଦ୍ଵିତୀୟ ପୁଲିଂ ଅଫିସର ନିୟୋଜିତ ହୋଇଥିବା ବେଳେ ବଅଁରପାଳ ବ୍ଳକ ପାଇଁ ୪୭୧ ଟି ବୁଥର ୫୨୦ ଜଣ ପ୍ରିଜାଇଡିଂ ଅଫିସର ଓ ୧୦୪୦ କଣ ପ୍ରଥମ ଓ ଦ୍ୱିତୀୟ ପୁଲିଂ ଅଫିସର ନିୟୋଜିତ ହୋଇଛନ୍ତି । ଏହଛଡା ପ୍ରତ୍ୟେକ ପୁଲିଂ ପାର୍ଟିରେ ଜଣେ ଲେଖାଏଁ ପୋଲିସ କର୍ମଚାରୀ ନିୟୋଜିତ ଅଛନ୍ତି । ବିଭିନ୍ନ କାଉଣ୍ଟରରେ ସାମଗ୍ରୀ ବିତରଣକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରାଯାଇଥିଲା । ଅନୁଗୋଳ ବ୍ଲକ ପାଇଁ ନିର୍ବାଚନ ପରିଚାଳନା ତଦାରଖ କରିବା ନିମନ୍ତେ ଅନୁଗୁଳ ଉପ-ଜିଲ୍ଲାପାଳ ବାସୁଦେବ ଶତପଥି ଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଥିବା ବେଳେ ବଅଁରପାଳ ବ୍ଳକ୍‌ ପାଇଁ ନୋଡାଲ ଅଫିସର ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍କାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ପତିଙ୍କୁ ନିୟୋଜିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here