ଭୋଟ ବାକ୍ସ ଲୁଟ ଘଟଣା : ୫ ଅଭିଯୁକ୍ତ ଗିରଫ !!!

Spread the love

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ଜଗତସିଂହପୁର ବ୍ଲକ ପଟସରା ପଞ୍ଚାୟତର ୧ ଏବଂ ୨ 2 ନମ୍ବର ବୁଥରେ ଏଜେଣ୍ଟକୁ ମାଡ଼ ମାରି ଭୋଟ ବାକ୍ସ ଓ ବାଲଟ ପେପର ନେଇ ପଳେଇ ଯାଇଥିବା ଘଟଣାରେ ସଦର ପୋଲିସ ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମତଦାନ ଆରମ୍ଭ ର କିଛି ସମୟପରେ 20 ରୁ 25 ଜଣ ଅଜଣା ଦୁର୍ବୁତ୍ତ ହାତରେ ମାରଣାସ୍ତ୍ର ଧରି ବୁଥ ଭିତରେ ପଶି ଆତଙ୍କ ରାଜ କରିବା ସହିତ ନିର୍ବାଚନରେ ନିୟୋଜିତ କର୍ମଚାରୀ ମାନଙ୍କୁ ମାଡ଼ମାରି ବୁଥ ଭିତରୁ ଭୋଟବାକ୍ସ ସହ ବାଲଟ ପେପର ନେଇ ଫେରାର ହୋଇ ଯାଇଥିଲେ । ଏଥିରେ ୫ ଜଣ ଦୁବୁର୍ତ୍ତ ମାନଙ୍କ ଉପରେ ନିର୍ବାଚନୀ ହିଂସାରେ ସଙ୍ଗୀନ ଦଫା ଲାଗିଥିବା ପୋଲିସ ପକ୍ଷରୁ ସୁଚନା ମିଳିଛି । ଅନ୍ୟପଟେ ବାକି ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।

Leave a Reply

Your email address will not be published. Required fields are marked *