ମା ମଙ୍ଗଳା ଶବର ସ୍ପୋଟିଂ ଫୁଟଵଲ କ୍ଲବ ଫାଇନାଲ ମ୍ୟାଚ ଉଦଯାପିତ : କଟକ ଦଳ ବିଜୟୀ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ବେଗୁନିଆ ବ୍ଲକ ପୋଡାଡିହ ପଞ୍ଚାୟତ ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମର ମା ମଙ୍ଗଳା ଶବର ସ୍ପୋଟିଂ ଫୁଟବଲ କ୍ଲବ ର ଫାଇନାଲ ମ୍ୟାଚ ସ୍ଥାନୀୟ ଖେଳ ପଡିଆ ପରିସରରେ ଉଦଯାପିତ ହୋଇଯାଇଛି । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ୮ ଗୋଟି ଦଳ ଯଥା ହଳଦିପଦା, କୋଟସିଂହା, ବାଙ୍କୀ, ଅଙ୍ଗାରପଡା, କଟକ, କୁମାଝର, ଭିଇଁପୁର ଓ କଣ୍ଟାବାଡ଼ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚଟି ଅଙ୍ଗାରପଡା ଓ କଟକ ଦଳ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଭାବରେ ଖେଳ ଅନୁଷ୍ଠିତ ହୋଇ ଟ୍ରାଇ ବେକର ଜରିଆରେ କଟକ ଦଳ ୪ / ୧ଗୋଲରେ ବିଜୟୀ ହେବାକୁ ସକ୍ଷମ ହୋଇଥିଲା । ପୁରସ୍କାର ବିତରଣ ସଭାରେ ଭୋଗଡା ଆନନ୍ଦ ଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ବାଙ୍କନିଧି ବାରିକ ମୁଖ୍ୟ ଅତିଥି, ଶିକ୍ଷକ ତରୁଣ କୁମାର ନାୟକ ମୁଖ୍ୟ ବକ୍ତା, ସମାଜସେବୀ ବିଶ୍ଵନାଥ ପାଇକରାୟ ଓ ବରିଷ୍ଠ ନାଗରିକ କମିନା ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜେତା ଓ ଉପ-ବିଜେତା ଦଳକୁ ଯଥାକ୍ରମେ ସିଲକପ ଓ ଟ୍ରଫି ପ୍ରଦାନ କରିଥିଲେ । ଖେଳରେ କୃପାସିନ୍ଧୁ ପ୍ରଧାନ, ଚିନ୍ମୟ ପ୍ରଧାନ, ବାଦଲ କୁମାର ନାୟକ ଓ ବିଦ୍ୟାଧର ନାୟକ ରେଫରି ଦାୟିତ୍ୱ ତୁଲାଇଥିଲେ ।

Leave a Reply

Your email address will not be published. Required fields are marked *