ଥାର୍ଡ଼ ଆଇଆରବି ରେ ପୋଲିସ ପ୍ରତିଷ୍ଠା ଦିବସ ପାଳିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଓଡିଶା ପୋଲିସର ୮୭ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ରଙ୍ଗୀଟାଙ୍ଗରସ୍ଥ ଥାର୍ଡ଼ ଇଣ୍ଡିଆ ରିଜର୍ଭ ବାଟାଲିୟନ (ଆଇଆରବି) କଳିଙ୍ଗନଗର ପକ୍ଷରୁ ଶୁକ୍ରବାର ବାଟାଲିୟନ ପରେଡ ଗ୍ରାଉଣ୍ଡରେ ଚିତ୍ତାକାର୍ଷକ ପରେଡ ଅନୁଷ୍ଠିତ ହୋଇଥିଲା l ବାଟାଲିୟନ କମାଣ୍ଡାଣ୍ଟ କାହ୍ନୁ ଚରଣ ହାଁସଦା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ l ସୁବେଦାର ଜ୍ଞାନରଞ୍ଜନ ରାଉତ ପରେଡ ପରିଚାଳନା କରିଥିବା ବେଳେ ସୁବେଦାର ଶ୍ରୀଧର ସାହୁ ସହଯୋଗୀ କମାଣ୍ଡାଣ୍ଟ ଦାୟିତ୍ୱ ନିର୍ବାହ କରିଥିଲେ l ଡେପୁଟି ସୁବେଦାର କ୍ଷିତୀଶ ଚନ୍ଦ୍ର ଖଟୁଆ ଓ ହାବିଲଦାର ମେଜର ବିବେକାନନ୍ଦ ଦାଶଙ୍କ ନେତୃତ୍ୱରେ ବାଟାଲିୟନର ଦୁଇ ପ୍ଲାଟୁନ ଫୋର୍ସ ଓ ବ୍ୟାଣ୍ଡ ବାହିନୀ ପରେଡ଼ରେ ଅଂଶ ଗ୍ରହଣ କରିଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ହାଁସଦା ଉଲ୍ଲେଖନୀୟ ସେବା ପାଇଁ ଡେପୁଟି ସୁବେଦାର ଦୁର୍ଗା ଚରଣ ମହାକୁଡ଼, ହାବିଲଦାର ମେଜର କ୍ଷୀରୋଦ କୁମାର ମଲ୍ଲିକ, ହାବିଲଦାର ମନୋଜ କୁମାର ସାହୁ, କନେଷ୍ଟବଳ ତପନ କୁମାର ଜେନା, ବରିଷ୍ଠ ହିସାବ ରକ୍ଷକ ସ୍ମିତା ରାଉତ ଓ ରୋଷେଇୟା ଶରତ ଚନ୍ଦ୍ର ନାୟକଙ୍କୁ ପୁରସ୍କୃତ କରିଥିଲେ l ହାବିଲଦାର ପ୍ରାଣକୃଷ୍ଣ ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଡେପୁଟି କମାଣ୍ଡାଣ୍ଟ ଏସ. ଏନ. ସେଠୀ, ସହକାରୀ କମାଣ୍ଡାଣ୍ଟ ଜନ ଏକ୍କା, ସୁନୀଲ ମଲ୍ଲିକ, ଭାଗ୍ୟଧର ଜେନା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *