ନିରାମୟ ଯୋଜନାରେ ମିଳୁନି ଔଷଧ : ରୋଗୀ ଅର୍ଥ ଖର୍ଚ୍ଚ କରି ବାହାରୁ କିଣୁଛନ୍ତି ଔଷଧ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ଚିକିତ୍ସାଳୟ ପରିସରରେ ନିରାମୟ ଔଷଧ ବିତରଣ କେନ୍ଦ୍ର ବିନା ମୂଲ୍ୟରେ ରୋଗୀଙ୍କୁ ଔଷଧ ଯୋଗାଉ ଥିବା କହୁଥିବା ବେଳେ ରୋଗୀଙ୍କୁ ବାହାରେ ଅର୍ଥ ଖର୍ଚ୍ଚ କରି ଔଷଧ କିଣିବାକୁ ପଡୁଛି । ରୋଗୀ ଡାକ୍ତରଙ୍କର ପରାମର୍ଶ ପରେ ଔଷଧ ନେବାକୁ ନିରାମୟ ବିତରଣ କେନ୍ଦ୍ରକୁ ଗଲେ ଔଷଧ ଗୋଟିଏ ଦୁଇଟା ଔଷଧ ଦେଇ ଅନ୍ୟ ଔଷଧ ବାହାରେ କିଣନ୍ତୁ କହି ଫେରାଇ ଦେଉଛନ୍ତି । ରୋଗୀ ବାଧ୍ୟ ହୋଇ ରୋଗ ନିରାକରଣ ସକାଶେ ଅର୍ଥ ଖର୍ଚ୍ଚ କରି କିଣିବାକୁ ପଡୁଛି । ଯଦି ସେହି ଔଷଧ ଆସିଲା ବୋଲି ପଚାରିଲା ବେଳେ ଔଷଧ ଆସିନାହିଁ କହି ବାରମ୍ବାର ଫେରାଉଛନ୍ତି । ଏପଟେ ରାଜ୍ୟ ସରକାର ନିରାମୟ ଯୋଜନାରେ ସମସ୍ତ ପ୍ରକାର ଔଷଧ ଯୋଗାଇ ଦେଉଥିବା କହୁଥିବା ବେଳେ ରୋଗୀଙ୍କୁ ଔଷଧ ମିଳି ପାରୁନାହିଁ . ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଲେ ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ରେ ରୋଗୀ ଉପଶମ ହୋଇ ପାରିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *