ଶେଷ ହେଲା ବାଙ୍କୀ ନୂଆଗାଁ ର ପ୍ରସିଦ୍ଧ ରାମଲୀଳା ଓ ରାବଣପୋଡ଼ି ଉତ୍ସବ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଶେଷ ହେଲା ବାଙ୍କୀ ନୂଆଗାଁ ର ପ୍ରସିଦ୍ଧ ରାମଲୀଳା ଓ ରାବଣପୋଡ଼ି ଉତ୍ସବ . କାର୍ଯ୍ୟକ୍ରମ ଅବସରରେ ଜମିଥିଲା ହଜାର ହଜାର ଲୋକ ଙ୍କ ଭିଡ଼ . ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା 30 ଫୁଟ ଉଚ୍ଚର ରାବଣ ପ୍ରତୀମୂର୍ତ୍ତୀ . ସ୍ଥାନୀୟ ଅଞ୍ଚଳ ସମେତ ବାଙ୍କୀ ବାହାରୁ ମଧ୍ୟ ଏ ରାବଣ ପୋଡ଼ି ଦେଖିବାକୁ ଆସିଥାନ୍ତି ଅନେକ ଦର୍ଶକ . ରାବଣପୋଡ଼ି ଉତ୍ସବରେ ନାଚ ଗୀତ ସାଙ୍ଗ କୁ ବୁଲା ବୁଲି ର ମଜା ଉଠାଇଥିଲେ ଲୋକେ . ବାଙ୍କୀ ନୂଆଗାଁ ରେ ଶ୍ରୀ ଶ୍ରୀ ରଘୁନାଥ ଜିଉ ଙ୍କର ରାମ ନାଟକ 1970 ମସିହା ରୁ ଅନୁଷ୍ଠିତ ହୋଇଆସୁଛି . ଚଳିତ ବର୍ଷ ଧୁମ୍ ଧାମ ଏବଂ ମହା ଆଡମ୍ବର ରେ ପାଳିତ ହୋଇଛି କାର୍ଯ୍ୟକ୍ରମ .

Leave a Reply

Your email address will not be published. Required fields are marked *