ଜାଲିଆତି ଡାକ୍ତରୀ କାଗଜ ଧରି ଲୁଟି ଚାଲିଛନ୍ତି ନକଲି ବଙ୍ଗାଳି ଡାକ୍ତର !!!

Spread the love

ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଲେମ୍ବୋ ପଞ୍ଚାୟତରେ ଦୀର୍ଘ ଦିନ ହେବ ନିରୀହ ଗରିବ ମାନଙ୍କୁ ନକଲି ମେଡ଼ିସିନ ଦେଇ ଲୁଟି ଚାଲିଛନ୍ତି ଲକ୍ଷାଧିକ ଟଙ୍କା ମହାମାରୀ କରୋନା ଆରମ୍ଭ ଦିନ ଠାରୁ ନିରୀହ ଲୋକେ ପୋଲିସ ଭୟରେ ସୁକିନ୍ଦା ମେଡିକାଲ ଆସୁ ନାହାନ୍ତି ଏହି ସରଳ ଲୋକ ମାନଙ୍କର ସାରଳତାର ଫାଇଦା ଉଠେଇ ଲୁଟି ଚାଲିଛନ୍ତି ଲକ୍ଷାଧିକ ଟଙ୍କା । ଏ ବାବୁ ଜଣଙ୍କ ପୂର୍ବରୁ ଏହି ଜାଲିଆତି କାର୍ଯ୍ୟ କରି ପୂର୍ବରୁ ଜେଲ ଯାଇଥିଲେ ଜେଲରୁ ବେଲରେ ଆସିବା ପରେ କିଛି ଜାଲିଆତି କାଗଜପତ୍ର ଆଣି ଏବେ ବନିଛନ୍ତି ଡାକ୍ତର । ଏଥିପ୍ରତି ସରକାର ନିତ୍ୟାନ୍ତ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ନଚେତ ପୂର୍ବରୁ ଏହିପରି କିଛି ଜାଲିଆତି ଡାକ୍ତରଙ୍କ ଦ୍ୱାରା ଲୋକେ ଇଞ୍ଜେକ୍ସନ ଖାଇ ହାତ କଟା ଯାଇଥିବା ନଜିର ରହିଥିବା ବେଳେ ଏହି ଟାଉଟର ଡାକ୍ତରଙ୍କ ଦ୍ଵାରା ଆଉ କାହା ଜୀବନ ନଯାଉ ଏଥିପ୍ରତି ସରକାର ଓ ଜିଲ୍ଲା ପ୍ରସାନିକ ଅଧିକାରୀମାନେ ନିତ୍ୟାନ୍ତ ଦୃଷ୍ଟି ଦେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *