ଚିଲିକା ରେ ଓଲଟିଲା ଡଙ୍ଗା : ଜଣେ ଯାତ୍ରୀ ନିଖୋଜ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମା କାଳିଜାଇ ପୀଠରୁ ଦର୍ଶନ ସାରି ଏକ ଯାତ୍ରୀବାହୀ ଡ଼ଙ୍ଗା ବାଲୁଗାଁ ଫେରିବା ବାଟରେ ଡ଼ଙ୍ଗା ଟି ପାଣି ରେ ଓଲଟି ଯାଇଥିଲା . ସବୁ ଯାତ୍ରୀ ଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିବା ସମୟରେ ଜଣେ ଯାତ୍ରୀ ନିଖୋଜ ଅଛନ୍ତି . ନିଖୋଜ ବ୍ୟକ୍ତି ଜଣକ ବାଲୁଗାଁ ନିକଟବର୍ତ୍ତୀ ମଠପୁର ଗ୍ରାମର ବାସିନ୍ଦା ବୋଲି ସୂଚନା ମିଳିଛି . ଉଦ୍ଧାର କରାଯାଇଥିବା ଯାତ୍ରୀ ମାନେ ବାଲୁଗାଁ ସରକାରୀ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି . ବାଲେଶ୍ଵର ର ପର୍ଯ୍ୟଟକ କାଳିଜାଇ ଦର୍ଶନ ସାରି ଫେରୁଥିବା ସମୟରେ ହଠାତ୍ କାଳ ବୈଶାଖୀ ପବନ ରେ ଡଙ୍ଗା ଓଲଟି ପଡିବାରୁ ଦୁର୍ଘଟଣା ଘଟିଥିବା ଜଣାଯାଇଛି . ଡ଼ଙ୍ଗାରେ ଥିବା 11 ଜଣ ଯାତ୍ରୀ ଙ୍କ ମଧ୍ୟରୁ 10 ଜଣ ଉଦ୍ଧାର ହୋଇଛନ୍ତି ଏବଂ ଜଣେ ନିଖୋଜ ଅଛନ୍ତି .

Leave a Reply

Your email address will not be published. Required fields are marked *