ବେଗୁନିଆ ପୋଲିସ କବଜାରେ ଦେଶୀ ମଦ ଚୋରା ଚାଲାଣକାରୀ !!

Spread the love

ବୋଲଗଡ ( ଆୱାଜ ମିଡ଼ିଆ ) ଗଙ୍ଗାଧର ସାହୁ : ବେଗୁନିଆ ପୋଲିସ କବଜାରେ ଦେଶୀ ମଦ ଚୋରା ଚାଲାଣକାରୀ . ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅନ୍ତର୍ଗତ କଣ୍ଟାମଳିମ ଗାଁ ରୁ ମଦ ବୋଝେଇ ପିକ ଅପ ଗାଡି ଜବତ ହୋଇଥିବା ସୂଚନା ମିଳିଛି . ବାଙ୍କୀ ମାଳବିହାରୀପୁର ଅଂଚଳରୁ ଦେଶୀ ମଦ ଚାଲାଣ ହେଉଥିବା ଏହି ପିକ ଅପ ଗାଡିକୁ ଧଳାପଥର ଫାଣ୍ଡି ପୋଲିସ ଜବତ କରିବା ସହ ଡ୍ରାଇଭର କୁ ଅଟକ ରଖିଛି . ତେବେ ଅଟକ ଡ୍ରାଇଭର ଜଣଙ୍କ ମାଳବିହାରୀପୁର ଅଂଚଳର ଲଳିତ ମୋହନ ଦାସ ବୋଲି ଜଣାପଡିଛି . ସୂଚନାନୁସାରେ ବ୍ରହ୍ମପୁରା-କଳାପଥର ରାସ୍ତା ଦେଇ ପ୍ରତିଦିନ ବଡ ବଡ ଗାଡ଼ିରେ ଦେଶୀ ମଦ ଚାଲାଣ ହେଉଥିବାର ଅଭିଯୋଗ ହେବ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି .

Leave a Reply

Your email address will not be published. Required fields are marked *