ଖୋର୍ଦ୍ଧା ଜିଲ୍ଲା ପୋଲିସର ସ୍ୱତନ୍ତ୍ର ଅଭିଯାନ : ବେଆଇନ ପଥର ଖଣି ଉପରେ ଚଢାଉ ଜାରି , ୨୨ ଗିରଫ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ଵର ପଣ୍ଡା : ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟରିଆଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଦ୍ଵାରା ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଚଳିତ ମାସରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା । ଏହି ସ୍ୱତନ୍ତ୍ର ଅଭିଯାନ ଅନ୍ତର୍ଗତ ବିଭିନ୍ନ ବେଆଇନ ମାଙ୍କଡା ପଥର ଖଣିରେ ଚଢ଼ାଉ କରାଯାଇଥିଲା । ଯାହାର ଚୁଡାନ୍ତ ରିପୋର୍ଟ ଆଜି ଗଣମାଧ୍ୟମକୁ ଏସପି ପ୍ରଦାନ କରିଛନ୍ତି । ରିପୋର୍ଟ ମୁତାବକ ଆଜି ସୁଦ୍ଧା ଜିଲ୍ଲାର ବିଭିନ୍ନ ଥାନା ପୋଲିସ ଚଳିତ ମାସରେ ସମୁଦାୟ ୨୪ ଗୋଟି ଟ୍ରକ, ୩ ଗୋଟି ଜେସିବି ମେସିନ, ୪ ଗୋଟି ପାୱାର ଟିଲର ଏବଂ ୨ ଗୋଟି ମୋଟର ସାଇକେଲ ଜବତ କରିଛି । ତତ ସହିତ ଖୋର୍ଦ୍ଧା ଜିଲ୍ଲା ପୋଲିସ ବିଭିନ୍ନ ଥାନାରେ ଏ ବାବଦକୁ ୧୩ ଟି ମାମଲା ରୁଜୁ କରିବା ସହ ୨୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାର ଏସପି ଶ୍ରୀ କଟରିଆ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *