ମା କାଳିଜାଇ କଳା ନିକେତନ ବାର୍ଷିକୋତ୍ସବର ଶେଷ ଦିନରେ ଝୁମିଲେ ଦର୍ଶକ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଜି ଅପରାହ୍ନରେ ମା କାଳିଜାଇ କଳା ନିକେତନ କେନ୍ଦ୍ରର ତୃତୀୟ ବାର୍ଷିକୋତ୍ସବ ବାଲୁଗାଁ ମା କାମାକ୍ଷା ଓ ଶିରିଡ଼ି ସାଇ ସଂସ୍ଥାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାନେତ୍ରୀ ସ୍ୱପ୍ନା ବଡ଼ଜେନାଙ୍କ ପୌରହିତ୍ୟରେ ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ , ସମ୍ମାନୀତ ଅତିଥି ଭାବେ ସିନେ ଅଭିନେତା ପିଣ୍ଟୁ ନନ୍ଦ, ସିନେ ହାସ୍ୟ ଅଭିନେତା ହୃଷିକେଶ ତ୍ରିପାଠୀ , ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ , ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ଗହଣରେ ପ୍ରଦୀପ ପ୍ରଜ୍ବଳନ କରିବା ସହ ମା କାଳିଜାଇଙ୍କ ଫଟୋରେ ପୁଷ୍ପ ଅର୍ପଣ କରିଥିଲେ । ମଞ୍ଚାସୀନ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ପରେ ସମ୍ପାଦକ ଜୟଦେବ ପାତ୍ର ଅନୁଷ୍ଠାନ ସମ୍ବନ୍ଧୀୟ ବିସ୍ତୃତ ବିବରଣୀ ପାଠ କରିଥିଲେ । ଆଜିର ଦିନରେ ଲୁପ୍ତ ପାଇ ଯାଉଥିବା କଳା, ସଂସ୍କୃତି କୁ ବଜାୟ ରଖିବା ଦିଗରେ ଅନୁଷ୍ଠାନ ପ୍ରେରଣାର ଉତ୍ସ ଯୋଗାଇ ଦେଉଥିବା ମୁଖ୍ୟ ଅତିଥି ନିଜ ବକ୍ତ୍ୟବରେ କହିଥିଲେ । କଳା ପ୍ରତି ଆଗ୍ରହ ରଖୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଆଗାମି ଦିନରେ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା କରାଯିବା ନେଇ ସଭାନେତ୍ରୀ ଶ୍ରୀମତୀ ବଡ଼ଜେନା ପ୍ରତିଶୃତି ଦେଇଥିଲେ ।

ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ସମ୍ମାନୀତ ଅତିଥି ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଙ୍ଗ ,ଉପାଧ୍ୟକ୍ଷ ରିନା ଦେଇ ପ୍ରମୁଖ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ଅଜିତ ସାହୁ, ରାକେଶ ସାହୁ, ଅନିଲ ପାଇକରାୟ, ଚନ୍ଦନ ସୁନ୍ଦରାୟ, ସେକ୍ ରୌସନ ଯୋଗ ଦେଇଥିଲେ। ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ଦୃଢ଼ ମନୋବଳ ନେଇ କଳାର ମାନକୁ ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରିବା ପାଇଁ ମୁଖ୍ୟ ଅତିଥି ଶ୍ରୀ ହରିଚନ୍ଦନ କହିଥିଲେ । ବାଲୁଗାଁ ଡାନ୍ସ ଗୃପ ସହିତ ନିରାକାରପୁର ,ପୁରୀ ଓ ଆସାମରୁ ଆସିଥିବା ଡାନ୍ସ ଗୃପ ସେମାନଙ୍କ ଓଡ଼ିଶୀ, ସମ୍ବଲପୁରି ନୃତ୍ୟ କଳା ପ୍ରଦର୍ଶନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପରିଶେଷରେ ଅନୁଷ୍ଠାନର କୁନି କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଦର୍ଶଜଙ୍କ ମନ ମୋହିଲା ଆସାମର ଡ୍ୟାନ୍ସ ଗୃପ । ବିଗତ ଦୁଇ ବର୍ଷର କୋଭିଡ କଟକଣା ଭିତରେ ଚଳିତ ବର୍ଷ ଏହି ଉତ୍ସବ ଧୁମ୍ ଧାମରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବ ଦେଖିବା ପାଇଁ ଆଖ ପାଖ ଅଞ୍ଚଳରୁ ଦର୍ଶକଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *