ବାଲୁଗାଁର ପୂର୍ବତନ ନଗରପାଳ ଅଶୋକ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳି ସଭା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ବରିଷ୍ଠ ସମାଜସେବୀ ତଥା ବାଲୁଗାଁର ପୂର୍ବତନ ନଗରପାଳ ଅଶୋକ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ବାଣପୁର ପେଟ୍ରୋଲ ପମ୍ପ ନିକଟରେ ଥିବା ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ଗମ୍ବାରୀମୁଣ୍ଡା, ବାଣପୁର ଏବଂ ବାଲୁଗାଁ ଅଞ୍ଚଳର ବହୁ ମାନ୍ୟଗଣ ବ୍ୟକ୍ତି ଓ ସମାଜସେବୀ ଉପସ୍ଥିତ ରହିଥିଲେ । ଏହି ସଭାକାର୍ଯ୍ୟରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ , ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ , ପୂର୍ବତନ ମନ୍ତ୍ରୀ ଡାକ୍ତର ଦେବେନ୍ଦ୍ରନାଥ ମାନସିଂହ , ବାଣପୁର ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ ଉପସ୍ଥିତ ରହିଥିବା ସମୟରେ ଏହି ସଭାକୁ ବାଳମୁକୁନ୍ଦ ଦାସ ପରିଚାଳନା କରିଥିଲେ । ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ଅଶୋକଙ୍କ ବଡପୁଅ ଅଭିନାଷ ଦାସ , ସାନପୁଅ ଅଭିନବ ଦାସ ଙ୍କ ସହିତ ବାଣପୁର, ବାଲୁଗାଁ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ପରିବାର ବର୍ଗ ବନ୍ଧୁ ବାନ୍ଧବ ଉପସ୍ଥିତ ରହି ସୃତି ଚାରଣ ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave a Reply

Your email address will not be published. Required fields are marked *