ଓଲିଉଡ ଷ୍ଟାର ବାବୁସାନ ଙ୍କ ପତ୍ନୀ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଝଗଡ଼ା ଭିଡିଓ ଭାଇରାଲ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଓଲିଉଡ ଷ୍ଟାର ବାବୁସାନଙ୍କ ପତ୍ନୀ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଝଗଡ଼ା ଭିଡିଓ ଭାଇରାଲ . ବାବୁସାନ ଙ୍କ ସହ ଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଟଣାଓଟରା କଲେ ବାବୁସାନ ଙ୍କ ପତ୍ନୀ . ଉଭୟ କାରରେ ଯାଉଥିବା ବେଳେ ଅଟକାଇ ପତ୍ନୀଙ୍କ ଟଣାଓଟରା . ରାସ୍ତା ଉପରେ କଳି ଝଗଡ଼ା କରୁଥିବାର ଦୃଶ୍ୟ ହେଲା ଭାଇରାଲ . ଓଲିଉଡ଼ ଇତିହାସରେ ପ୍ରଥମ ଥର ପାଇଁ ଏପରି ଏକ ଘଟଣା ସାମ୍ନାକୁ ଆସିଛି , ଯାହାକୁ ନେଇ ସମସ୍ତେ ସ୍ତବ୍ଧ ହୋଇଛନ୍ତି । ଓଲିଉଡ ଷ୍ଟାର ଦମ୍ପତିଙ୍କ କଳି, ଯାହାର ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ସେ ଆଉ କେହି ନୁହଁନ୍ତି ଅପରାଜିତା ମହାନ୍ତି ଓ ଉତ୍ତମ ମହାନ୍ତିଙ୍କ ପୁଅ ବାବୁସାନ ମହାନ୍ତି, ଯାହାଙ୍କ ପ୍ରେମ ସମ୍ପର୍କ ଏବେ ସର୍ବସାଧାରଣକୁ ଆସିଛି । ଅଭିନେତା ବାବୁସାନ୍ ଓ ପ୍ରକୃତି ମିଶ୍ର ଦୁହେଁ କାରରେ ବୁଲି ରୋମାନ୍ସ କରୁଥିବା ବେଳେ ଧରି ପକାଇଛନ୍ତି ତାଙ୍କ ଧର୍ମପତ୍ନୀ ତୃପ୍ତି ମହାନ୍ତି । ସୂଚନା ଅନୁସାରେ, ରାସ୍ତା ଉପରେ ବାବୁସାନଙ୍କ ସହ ଝଗଡ଼ା କରିଥିଲେ ତାଙ୍କ ପତ୍ନୀ ତୃପ୍ତି ମହାନ୍ତି । କାହିଁକି ନା ବାବୁସାନଙ୍କ କାରରେ ଥିଲେ ଓଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ପ୍ରକୃତି ମିଶ୍ର । ରାସ୍ତାରେ ଗାଡ଼ି ଅଟକାଇ ଝଗଡ଼ା କରିଥିଲେ ବାବୁସାନଙ୍କ ପତ୍ନୀ । ସାଙ୍ଗରେ ଥିବା ପ୍ରକୃତିଙ୍କୁ ମଧ୍ୟ ଟଣାଓଟରା କରିଥିଲେ । ରାସ୍ତାରେ ଯାଉଥିବା ଲୋକ ମୋବାଇଲରେ ଏହାର ସୁଟ୍ କରିଛନ୍ତି । ଏହି ସମୟରେ ବାବୁସାନ୍ ମଦ ପିଇଥିବା ନେଇ ମଧ୍ୟ ଲୋକମାନେ କହିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ମାମଲା ହୋଇନଥିବା ସୂଚନା ମିଳିଛି । ଏହି ମଧ୍ୟରେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି କି, ଅଭିନେତ୍ରୀ ପ୍ରକୃତିଙ୍କ ସହ ବାବୁସାନଙ୍କ କ’ଣ ସମ୍ପର୍କ ଥିଲା ? ଉଭୟ ଗାଡ଼ିରେ ବସି କୁଆଡେ ଯାଉଥିଲେ ? ବାବୁସାନଙ୍କ ପତ୍ନୀ ତାଙ୍କୁ କେଉଁଠୁ ପିଛା କରୁଥିଲେ ? ପୂର୍ବରୁ ଏନେଇ ବାବୁସାନ ଓ ପତ୍ନୀଙ୍କ ଭିତରେ ବିବାଦ ଥିଲା କି ? ପତ୍ନୀ ଏବେ ପ୍ରତିକ୍ରିୟାଶୀଳ ହେବା ପଛର କାରଣ କ’ଣ ? ବାବୁସାନଙ୍କ ପଛରେ ଲୋକ ଲଗାଇଥିଲେ କି ପତ୍ନୀ । ପତ୍ନୀ ଉନକ୍ଷିପ୍ତ ହେବା ପଛରେ ଅନ୍ୟ କିଛି କାରଣ ରହିଛି କି ? ତେବେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ତାଙ୍କ ପତ୍ନୀ ଏପରି କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *